Advertisement
Categories: ଜାତୀୟ

ସ୍ମୃତି ଇରାନୀଙ୍କ ନୂଆ ଅବତାର: ଚାଷ ଜମିରେ ଲାଗିଥିବା ନିଅଁ। ଲିଭାଇଲେ ସ୍ମୃତି, ଭିଡିଓ ଭାଇରାଲ

ଆମେଠୀ,୨୯।୪: ଲୋକ ସଭା ନିର୍ବାଚନ ସରଗରମ ଥିବା ବେଳେ ରବିବାର କେନ୍ଦ୍ରମନ୍ତ୍ରୀ ବା ଆମେଠୀରୁ ଭାଜପାର ଆଶାୟୀ ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନୀ ପ୍ରଚାର ପାଇଁ ଉତ୍ତରପ୍ରଦେଶ ଆମେଠୀରେ ପହଞ୍ଚିଥିଲେ। ସେଠାରେ ସ୍ମୃତି ଇରାନୀଙ୍କୁ ନୂଆ ଅବତାର ବା ଫାୟାର ବିଗ୍ରେଡର ଅବତାରରେ ଦେଖିବାକୁ ମିଳିଛି। ଆମେଠୀର ମୁଶୀଗଞ୍ଜର ପଶ୍ଚିମ ଦୁଆରା ଗଁ।ର ଏକ ଜମିରେ ନିଆଁ ଲାଗିଯାଇଥିଲା। ନିଅଁ। ଲାଗିବା ଖବର ଶୁଣି ସ୍ମୃତି ଉକ୍ତ ଗଁ।କୁ ପହଞ୍ଚି ନିଅଁ। ଲିଭାଇବାକୁ ଉଦ୍ୟମ କରିଥିଲେ। ବିଳମ୍ବ ନ କରି ନିଜେ ହ୍ୟାଣ୍ଡପମ୍ପରୁ ପାଣି କାଢ଼ି ଭର୍ତ୍ତି କରିଥିଲେ। ଏଥିସହ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଉକ୍ତ ଚାଷୀଙ୍କୁ ସମବେଦନା ଜଣାଇଥିଲେ। ସ୍ମୃତିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ପୂର୍ବଥର ମଧ୍ୟ ସ୍ମୃତି ଏହି ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ  ପରାଜୟ ହୋଇଥିଲେ।  ଆମେଠୀକୁ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ଚଳିତ ଥର ମଧ୍ୟ ସେ ଆମେଠୀରୁ ଭାଜପାର ଆଶାୟୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଉତ୍ତର ପ୍ରଦେଶ ଆମେଠୀରେ ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ ଅନୁଷ୍ଠିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share