ଭଦୋଦରା,୨୪ ।୧୦: କେନ୍ଦମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସ୍ୱୃତି ଇରାନି ଭଦୋଦରାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯାହାର ଜ୍ୱାଇଁ ଅନ୍ୟର ଜମି ଖାଇଯାଉଛନ୍ତି ସେ ଅନ୍ୟମାନଙ୍କ ଜମି କେମିତି ବଞ୍ଚାିଇବା କଥା କହୁଛନ୍ତି । ପରୋକ୍ଷରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସ୍ମୃତି କହିଛନ୍ତି କାହାକୁ ଜଣାନାହିଁ କେବେ ସେ ଛୁଟିରେ ଚାଲିଯାଇଥିବେ । ସୂଚନାଯୋଗ୍ୟ. ମୋରବିରୁ ନିର୍ବାଚନ ଲଢୁଥିବା ଭାଜପା ପ୍ରର୍ଥୀ ବୃଜେଶ ମୋରଜାଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ସ୍ମୃତି କଂଗ୍ରେସ ଉପରେ ବର୍ଷଛନ୍ତି । ମୋରବି ଗୁଜରାଟର ୮ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏଠାରେ ନଭେମ୍ବର ୩ରେ ଉପନିର୍ବାଚନ ହେବ । ସ୍ମୃତି ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଏହି ନିଷ୍ୱତ୍ତି ନେବା ଦରକାର ଯେ ଏହାର ନେତା କିଏ । ଏହା ଜଣେ ବ୍ୟକ୍ତି ନା ଏକ ପରିବାର । ରାଜନୀତିରେ ଯଦି ଜଣେ ପରିବାର ମୋହରେ ବନ୍ଧ ହୋଇଯିବ ତେବେ ସେ ଗରିବ ଓ ମଧ୍ୟବିତ୍ତଙ୍କ ଦୁଃଖ ବୁଝି ପାରିବ ନାହିଁ । କାରଣ କଂଗ୍ରେସ ହେଉଛି ଏକ ବୁଡି ଯାଉଥିବା ଡଙ୍ଗା । ଗାନ୍ଧୀ ପରିବାରକୁ ଲକ୍ଷ୍ୟ କରି ଇରାନି ଏହା କହିଛନ୍ତି ।