ସଚିନ କି କୋହଲି ନୁହେଁ, ଏହି କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୫।୮: କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ତାଙ୍କ ପ୍ରିୟ କ୍ରିକେଟର ଭାବରେ ବାଛିଛନ୍ତି। ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସେ ଏହା ପ୍ରକାଶ କରିଛନ୍ତି। ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ବର୍ତ୍ତମାନ କେନ୍ଦ୍ର ସରକାରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ବିଭାଗ ପରିଚାଳନା କରୁଛନ୍ତି।
ଇନଷ୍ଟାଗ୍ରାମରେ ସ୍ମୃତି ଇରାନୀଙ୍କ ୧.୩ ନିୟୁତ ଫଲୋଅର୍ସ ଅଛନ୍ତି ଏବଂ ସୋସିଆଲ ମିଡିଆରେ ସେ ସକ୍ରିୟ। ନିକଟରେ ସେ ଇନଷ୍ଟାରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଜଣେ ୟୁଜର୍ସ ତାଙ୍କୁ ପଚାରିଲେ, ତୁମର ପ୍ରିୟ କ୍ରିକେଟର? ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ଏମଏସ ଧୋନୀଙ୍କ ତିନୋଟି ଷ୍ଟିକର ଶେୟାର କରିଛନ୍ତି।

Share