Categories: ଜାତୀୟ

କର୍ନାଟକରେ ହନୁମାନ ଚାଳିସା ପଢିଲେ ସ୍ମୃତି ଇରାନୀ

ବେଙ୍ଗାଲୁରୁ,୫।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଜାରି ରହିଛି। ତେବେ ଏହି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କର୍ନାଟକରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ପୂର୍ବତନ ସଂଖ୍ୟାଲଘୁ ମନ୍ତ୍ରୀ ରହମାନ ଖାନଙ୍କ ବିବୃତ୍ତିରେ ସେ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତରେ ଧର୍ମ ଆଧାରରେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ।
ତେବେ ସେ ହନୁମାନ ଚାଳିସା ମଧ୍ୟ ପାଠ କରିଛନ୍ତି। ଅନ୍ୟପକ୍ଷରେ, ସୁରଜେୱାଲାଙ୍କ ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଥମେ ସେ ନିଜ ଟ୍ବିିଟ୍‌ରେ ହନୁମାନଙ୍କ ବନାନକୁ ସଂଶୋଧନ କରନ୍ତୁ ଏବଂ ଗାନ୍ଧୀ ପରିବାର କାହିଁକି ମୂର୍ତ୍ତି ପୂଜାକୁ ଏଡ଼ାଉଛନ୍ତି ସେ ବିଷୟରେ କୁହନ୍ତୁ।
ସ୍ମୃତି କହିଛନ୍ତି ଯେ, ଯେବେଠାରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରଧାନ ସେବକ ହୋଇଛନ୍ତି ସେବେଠାରୁ ତାଙ୍କୁ ପ୍ରତିଟି କଥାରେ କଟାକ୍ଷ କରାଯାଉଛି। ରହମାନଙ୍କ ବୟାନରେ ସେ କହିଛନ୍ତି, ରହମାନ ଚାହାନ୍ତି ସମସ୍ତ ମୁସଲମାନ ଏକଜୁଟ ହେଲେ ଲିଙ୍ଗାୟତ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଯାଇ ପାରିବ। ତେବେ ଏହି ବୟାନ ରହମାନ ଖାନଙ୍କ ନୁହେଁ ପ୍ରକୃତରେ ଏହା କଂଗ୍ରେସ କହିଛି। ଏହା ହେଉଛି କଂଗ୍ରେସର ଚିନ୍ତାଧାରା। ଗାନ୍ଧୀ ପରିବାରର ଆଦେଶରେ କଂଗ୍ରେସ ଏପରି କହୁଛି ବୋଲ ସ୍ମୃତି କହିଛନ୍ତି।

Share