Categories: ଜାତୀୟ

ଯେତେବେଳେ ସେ ସଂସଦକୁ ଧଳା ଟି ଶର୍ଟ ପିନ୍ଧି ଆସନ୍ତି…ରାହୁଲଙ୍କୁ ଏମିତି କ’ଣ କହିଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ଚଳିତ ନିର୍ବାଚନରେ ଆମେଠିରୁ ବଡ଼ ପରାଜୟର ଶିକାର ହୋଇଛନ୍ତି ଭାଜପା ନେତ୍ରୀ।

ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ଇରାନୀ ସାକ୍ଷାତକାରରେ କହିଛନ୍ତି, ଯେତେବେଳେ ସେ ଜାତି ବିଷୟରେ ଆଲୋଚନା କରନ୍ତି, ଯେତେବେଳେ ସେ ସଂସଦକୁ ଧଳା ଟି ଶର୍ଟ ପିନ୍ଧି ଆସନ୍ତି ସେତେବେଳେ ତାଙ୍କୁ ଜଣାଥାଏ କି ଯୁବପିଢିଙ୍କୁ କେଉଁ ପ୍ରକାର ବାର୍ତ୍ତା ଯିବ। ଇରାନୀ ଆହୁରି କହିଛନ୍ତି, ଗାନ୍ଧୀଙ୍କ ବଂଶଜ ସିଂହଭାଗ ଜନସଂଖ୍ୟାକୁ ଆକର୍ଷିତ କରିବା ପାଇଁ ଜାତି ଜନଗଣନା କରିବା ପାଇଁ ଗୋଟି ଚାଳନା କରୁଛନ୍ତି। ରାହୁଲ ଭାବନ୍ତି ଯେ, ସେ ସଫଳତାର ସ୍ବାଦ ଚାଖିଛନ୍ତି। ଆଉ ଏବେ ସେ ରାଜନୈତିକ ଗୋଟିଚାଳନା କିଛି ଅଲଗା ଢଙ୍ଗରେ ଚଳାଇଛନ୍ତି।

ରାହୁଲଙ୍କୁ ଆପଣ ଭଲ ଖରାପ କିମ୍ବା ତାଙ୍କ କାମକୁ ପିଲାଳିଆମି ମାନି ପାରନ୍ତି କିନ୍ତୁ ତାହା ଏକ ଅଲଗା ପ୍ରକାର ରାଜନୀତି ଅଟେ। ସେଥିପାର୍ଇ ନିର୍ବାଚନୀ ପାଣିପାଗ ସମୟରେ ଗାନ୍ଧୀ ମନ୍ଦିରକୁ ଅଧିକ ଯାଆନ୍ତି। ତାଙ୍କର ଏହି ରାଜନୈତିକ ସଫଳତା ଅସଫଳ ରଣନୀତିରୁ ବିକାଶ ହୋଇଛି।

Share