Categories: ଜାତୀୟ

କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ପୱନ ଖେରା, ଜୟରାମ ରମେଶ, ନେତା ଡି’ସୁଜାଙ୍କୁ ରବିବାର ଏକ ଆଇନଗତ ନୋଟିସ ପଠାଇଛନ୍ତି। ବିନା ସର୍ତ୍ତରେ ଲିଖିତ କ୍ଷମା ପ୍ରାର୍ଥନା କରିବା ଏବଂ ଅଭିଯୋଗଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନୋଟିସରେ ସେମାନଙ୍କୁ କୁହାଯାଇଛି। ଶନିବାର କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀଙ୍କ ଝିଅ ଜୋଇସ୍‌ଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଅଣାଯାଇଥିଲା। ଜୋଇସ୍‌ ଗୋଆରେ ବେଆଇନଭାବେ ବାର ଚଳାଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ତେଣୁ ମନ୍ତ୍ରୀପଦରୁ ସ୍ମୃତି ଇରାନୀଙ୍କୁ ବହିଷ୍କାର ପାଇଁ ଦଳ ଦାବି କରିଛି। ତେବେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ଝିଅଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ନ୍ୟାଶନାଲ ହେରାଲ୍ଡ ମାମମଲାରେ ସେ ଗାନ୍ଧୀ ପରିବାର ବିଷୟରେ କହିବାରୁ ତାଙ୍କ ଝିଅକୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି।
ରବିବାର ଗୋଆରେ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଉକ୍ତ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କର ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ନାରାବାଜି କରିଥିଲେ। ଗୋଆ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କାରାଯାଇଥିଲା। ଗୋଆ କଂଗ୍ରେସ ସଭାପତି ଅମିତ ପାଟକର କହିଛନ୍ତି ଯେ, ଉକ୍ତ ରେଷ୍ଟୁରାଣ୍ଟର ବାର ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଆବେଦନ କରାଯାଇଛି।

Share