ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…

ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି ପୁରୁଣା ଫଟୋରେ ନଜର ଆସିଛନ୍ତି। ଏହା ଏବେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓ ଶେୟାର କରି ସ୍ମୃତି କ୍ୟାପଶନ ଲେଖିଛନ୍ତି, ମୁଁ ଏଇୟା ମାନୁଛି କି, ମୁଁ ଜଣେ ସାଧାରଣ ମଣିଷ ନୁହେଁ, ଜଣେ ଗୃହିଣୀ ନୁହଁ କି ଘରୋଇ ମହିଳା ନୁହଁ। ମୁଁ ସବୁବେଳେ ମୋ’ ସ୍ବପ୍ନ ପଛରେ ଧାଇଁଥାଏ। ମାତ୍ର ତୁମେ ସବୁବେଳେ ମୋ ସାଥୀରେ ଅଛ। ଏଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ମୋତେ ଲାଗେ ବନ୍ଧୁତାରେ ସରି ଏବଂ ଥ୍ୟାଙ୍କ୍‌ୟୁ ନ ଥାଏ। ତଥାପି ମୁଁ ତୁମକୁ ଧନ୍ୟବାଦ ନ ଦେଇ ରହିପାରୁନି।

ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା ବି କରୁଛନ୍ତି। ଏହି ଭିଡିଓ ଶେୟାର ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Share