Categories: ଜାତୀୟ

ରାହୁଲଙ୍କ ଆଳତି କରୁଥିବାର ଫଟୋକୁ ଓଲଟା ଶେୟାର କଲେ ସ୍ମୃତି ଇରାନି, ଶିବସେନା କହିଲା ରୀତିନୀତିକୁ କରାଯାଉଛି ପରିହାସ

ମୁମ୍ବାଇ,୨୬ ।୧୧: ଉଦ୍ଧବ ଠାକରେ ଗ୍ରୁପର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରଦେଶର ଓଁକାରେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନର୍ମଦା ଆଳତି କରୁଥିବାର ଏକ ଓଲଟା ଫଟୋ ଶେୟାର କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସମାଲୋଚନା କରିଛନ୍ତି ।

ରାହୁଲ ଗାନ୍ଧୀ ଶୁକ୍ରବାର (୨୫ ନଭେମ୍ବର)ରେ ଆଳତି କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଏହାସହ ସେ ଲେଖିଥିଲେ, ଆଜି ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ , ଭଗବାନ ଓଁକାରେଶ୍ୱର ମନ୍ଦିରରେ ନର୍ମଦା ଆଳତି ସହ ପୂଜା କରିବାର ସୌଭାଗ୍ୟ ମିଳିଛି ।
ପ୍ରସିଦ୍ଧ ଶିବ ମନ୍ଦିରର ପୂଜାରୀ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ପଗଡି ବାନ୍ଧିବା ସହ କାନ୍ଧରେ ‘ଓମ’ ଲେଖାଥିବା ଦୁପଟ୍ଟା ପକାଇ ଦେଇଥିଲେ । କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ରାହୁଲ ଗାନ୍ଧୀଙ୍କ ଏହି ଫଟୋକୁ ଓଲଟା ଶେୟାର କରି ଲେଖିଛନ୍ତି, ଏବେ ଠିକ୍ ଅଛି । ଏହାପରେ ଶିବସେନା ନେତା ଚତୁର୍ବେଦୀ ଇରାନୀଙ୍କ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କଠାରୁ ଆଗେଇ ଯିବାକୁ ପ୍ରୟାସ କରି ହିନ୍ଦୁ ରୀତି ନୀତିର ଉପହାସ କରିଥିବା ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଦାଢିଥିବା ଲୁକ୍‌ର ତୁଳନା ସଦ୍ଦାମ ହୁାସନଙ୍କ ସହ କରିଥିଲେ ।

Share