Categories: ଜାତୀୟ

ମହିଳା ଅତ୍ୟାଚାର ନେଇ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୭: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୭୫ଦିନ ହେବ ମଣିପୁର ଜଳୁଛି। ୭୪ଦିନର ଅନ୍ତରାଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ୩୪ସେକେଣ୍ଡ ପାଇଁ ଦୁଃଖ ପ୍ରକାଶ କରିଥିଲେ। ତେବେ ମହିଳାଙ୍କ ଅତ୍ୟାଚାର ଉପରେ ଟ୍ବିଟରରେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦୁଃଖ ପ୍ରକାଶ କରିଥିବାବେଳେ ଶନିବାର ଏକ ସାକ୍ଷାତକାରରେ ମୁହଁ ଖୋଲୁ ଖୋଲୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ପ୍ରଥମ ଥର ପାଇଁ ମୁହଁ ଖୋଲିବାବେଳେ ସେ ମଣିପୁର ଦୁର୍ଘଟଣା ବିଷୟରେ ସଫେଇ ଦେବା ସହ ରାଜସ୍ଥାନ ସରକାର ଏବଂ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମଣିପୁର ଭାଇରାଲ ଭିଡିଓ ପ୍ରସଙ୍ଗ କେବଳ ସମ୍ବେଦନଶୀଳ ନୁହେଁ ବରଂ ଜାତୀୟ ସୁରକ୍ଷା ସମ୍ବନ୍ଧରେ ପ୍ରଭାବ ପକାଇଛି। ବିରୋଧୀ ଦଳର ନେତାମାନେ ଏହା ଜାଣିଛନ୍ତି। ତେଣୁ ସେମାନେ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି।

ସେ କହିଛନ୍ତି, ଶୁକ୍ରବାର ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଢା ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ପର୍କରେ କହିଥିଲେ। ଏନେଇ କଂଗ୍ରେସ ସରକାର ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ କଂଗ୍ରେସ ସତ ଶୁଣିବାକୁ ଚାହୁଁନାହିଁ।

Share