Categories: ଜାତୀୟ

କଂଗ୍ରେସକୁ ଟାର୍ଗେଟ୍‌ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେଶର ନୂତନ ସଂସଦ ଭବନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟ ଜାତୀୟ ପତାକା ତଳେ ଠିଆ ହୋଇ ଗର୍ବିତ ଅନୁଭବ କରୁଛନ୍ତି। କଂଗ୍ରେସ ଦଳ କାହିଁକି ଏହି ଗର୍ବ ଅନୁଭବ କରୁନାହିଁ ବୋଲି ଗାନ୍ଧୀ ପରିବାର ଜବାବ୍‌ ଦେବା ଉଚିତ୍‌। ଝାନସିରେ ଆୟୋଜିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର କାର୍ଯ୍ୟକ୍ରମରେ ଯୋଗଦେବା ସ୍ମୃତି ଏହା କହିଛନ୍ତି।
ରାହୁଲ ଗାନ୍ଧୀ ୨୦୨୪ରେ ଆମେଠିରୁ ନିର୍ବାଚନ ଲଢିବା ପ୍ରଶ୍ନରେ ସେ କହିଛନ୍ତି ଯେ, ୨୦୧୯ରେ କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ମଧ୍ୟ ସମଗ୍ର ବିରୋଧୀ ଦଳର ପ୍ରାର୍ଥୀ ଥିଲେ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାଜପା କଂଗ୍ରେସର ଷ୍ଟାଣ୍ଡିଂ ଅଧ୍ୟକ୍ଷଙ୍କୁ ପରାସ୍ତ କରିଥିଲା। ବିରୋଧୀ ମିଳିତ ମେଣ୍ଟ ଭାଜପାକୁ ଲୁହା ଭାବେ ଗ୍ରହଣ କରିଛି। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଆମେଠିରେ ଚାରିଟି ଆସନରେ ଅମାନତ ହରାଇଥିଲା।

Share