Categories: ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ୩ୟ ସ୍ଥାନରେ ମନ୍ଧାନା

ଦୁବାଇ, ୨ା୮: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଟି୨୦ ମହିଳା ବ୍ୟାଟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନକୁ ଫେରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ପରେ ଏହି ଉପଲବ୍ଧି ହାସଲ କରିଛନ୍ତି।
ତେବେ ବର୍ମିଂହାମ୍‌ରେ ଭାରତର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମନ୍ଧାନା ୨୪ ରନ କରିଥିଲେ। ପରେ ପାକିସ୍ତାନ ବିପକ୍ଷରେ ସେ ୮ ଚୌକା ଏବଂ ୩ ଛକା ସହାୟତାରେ ଅପରାଜିତ ୬୩ ରନ କରିଥିଲେ। ଏବେ ସେ ଆଇସିସି ଟି୨୦ ପ୍ଲେୟାର ର଼୍ୟାଙ୍କିଂରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌ଙ୍କୁ ଅତିକ୍ରମ କରିଛନ୍ତି। ମୁନି ୭୦୭ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କ ଦେଶର ମେଗ୍‌ ଲାନିଂ ୭୩୩ ପଏଣ୍ଟ ସହ ର଼୍ୟାଙ୍କିଙ୍ଗ ତାଲିକାରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।

Share