Categories: ଖେଳ

ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୨୧।୬: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ବିଭାଗରେ ଭାରତର ସ୍ମୃତି ମନ୍ଧାନା ୮ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ବୋଲର୍‌ଙ୍କ ତାଲିକାରେ ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ପହଞ୍ଚିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ବିଶ୍ୱକପ ମ୍ୟାଚରେ ଶତକ ହାସଲ ସହ ଚଳିତ ବର୍ଷ ଦିନିକିଆରେ ୯ ମ୍ୟାଚରୁ ୪୧୧ ରନ ସ୍କୋର କରିଥିବା ୨୫ ବର୍ଷୀୟା ମନ୍ଧାନା ଏକମାତ୍ର ଭାରତୀୟ ଭାବେ ଟପ୍‌-୧୦ରେ ରହିଛନ୍ତି। ଅଷ୍ଟ୍ରେଲିଆର ଆଲିସା ହିଲି ଓ ଇଂଲଣ୍ଡର ନାତାଲି ସ୍କିଭର ଶୀର୍ଷ ଦୁଇସ୍ଥାନ ଅଧିକାର କରିଛନ୍ତି।

Share