Categories: ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟ୍‌କା! ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ

କେପ୍‌ଟାଉନ୍‌, ୧୦ା୨: ପାକିସ୍ତାନ ବିପକ୍ଷ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଓପ୍‌ନିଂ ମ୍ୟାଚ୍‌ରେ ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଏକ ଓ୍ବାର୍ମଅପ୍‌ ଗେମ୍‌ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ସେ ବିଶ୍ୱକପ୍‌ରୁ ସମ୍ପୂର୍ଣ୍ଣ ଆଉଟ ବୋଲି କୁହାଯାଇପାରିବ ନାହିଁ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସେ ଖେଳି ନ ପାରନ୍ତି ବୋଲି କୁହାଯାଉଛି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫାଇନାଲ ମ୍ୟାଚ୍‌ ପରେ କହିଥିଲେ ସେ ଠିକ୍‌ ଅଛନ୍ତି ହେଲେ ବିଶ୍ରାମ ଦରକାର। ଭାରତର ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କିନ୍ତୁ ସେ ଖେଳି ନ ଥିଲେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଇଂଲଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ସହ ଭାରତ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଛି।

Share