କେନ୍ଦ୍ରାପଡ଼ାରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ମୋଦି ସରକାର ଆସିଲେ …

କେନ୍ଦ୍ରାପଡ଼ା,୨୫।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀ ବିଜେଡି ଉପରେ ବର୍ଷିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ। ମୋଦି ଆବାସ, ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ତାମିଲ ଠିକାଦାର ନେଇଗଲେ।

ଏଥିସହ ପୁରୀ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ସ୍ମୃତି ଈରାନୀ କହିଛନ୍ତି, ଭାଜପା ଆସିଲେ ଚାବି ଲୁଚାଇଥିବା ଅଧର୍ମୀଙ୍କୁ କଡ଼ା ଦଣ୍ଡ ଦିଆଯିବ। ଅଧର୍ମୀଙ୍କୁ ଧୂଳି ଚଟାଇବ ମୋଦି ସରକାର। ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି। ଭାଜପା ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ। ବିକାଶର ଲକ୍ଷ୍ମୀଙ୍କୁ ଘରକୁ ଆଣିବାକୁ ହେଲେ ପଦ୍ମକୁ ଭୋଟ ଦିଅନ୍ତୁ।

Share