Categories: ଖେଳ

ଲଭ୍‌ ନା ଆରେଞ୍ଜ ମ୍ୟାରେଜ କରିବେ ସ୍ମୃତି ମନ୍ଧାନା, ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ…

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ନିଜର ପ୍ରଶଂସକମାନଙ୍କୁ କେବେ ନିରାଶ କରନ୍ତି ନାହିଁ। ପ୍ରଶଂସକମାନେ ଯାହା ବି ପ୍ରଶ୍ନ ପଚାରନ୍ତି ସ୍ମୃତି ସୋସିଆଲ ମିଡିଆରେ ସଙ୍ଗେ ସଙ୍ଗେ ତା’ର ଉତ୍ତର ରଖନ୍ତି। ଏବେ ତାଙ୍କୁ ଜଣେ ୟୁଜର ପଚାରିଛନ୍ତି, ଆପଣ ଲଭ୍‌ ମ୍ୟାରେଜ କରିବେ ନା ଆରେଞ୍ଜ ମ୍ୟାରେଞ୍ଜ। ଜାଣନ୍ତୁ କ’ଣ ଉତ୍ତର ଦେଇଛନ୍ତି ସ୍ମୃତି…

ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ନିଜର ଖେଳ ଏବଂ ଲୁକ୍‌ସକୁ ନେଇ ପ୍ରଶଂସକଙ୍କ ହୃଦୟରେ ବସା ବାନ୍ଧିଛନ୍ତି। ତାଙ୍କୁ ନ୍ୟାଶନାଲ କ୍ରଶ ମଧ୍ୟ କୁହାଯାଏ। କ୍ରିକେଟ ପଡ଼ିଆରେ ସ୍ମୃତି ଯେତିକି ପରିଚିତ ତା’ଠୁ ଅଧିକ ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା। ତାଙ୍କର ପ୍ରଶଂସକମାନେ ସବୁବେଳେ ତାଙ୍କ ପୋଷ୍ଟକୁ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।

ସୋସିଆଲ ମିଡିଆରେ ବିରାଟ ନବୀନ ନାମକ ଜଣେ ୟୁଜର ସ୍ମୃତିଙ୍କୁ ଆପଣ ଲଭ୍‌ ମ୍ୟାରେଜ କରିବେ ନା ଆରେଞ୍ଜ ମ୍ୟାରେଜ କରିବେ ବୋଲି ପ୍ରଶ୍ନ କରିଥିଲେ। ସ୍ମୃତି ଏହାର ଉତ୍ତରରେ କହିଛନ୍ତି, ‘ଲଭ୍‌ ରେଞ୍ଜଡ୍‌’ କରିବି। ଏହାର ଅର୍ଥ ପ୍ରେମ କରିବି ଏବଂ ପରିବାର ଲୋକଙ୍କୁ ମନାଇ ଆରେଞ୍ଜ ମ୍ୟାରେଜ କରିବି। ସ୍ମୃତିଙ୍କ ଏହି ଉତ୍ତରକୁ ହଜାର ହଜାର ପ୍ରଶଂସକ ଲାଇକ୍‌ କରିଛନ୍ତି।

Share