ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍ମାର ହେଉଥିବା ଆସାମ ରାଇଫଲ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ଆସାମ ମ୍ୟାନ୍ମାର୍ ସୀମାରୁ ୧ କୋଟିଏ ୮୦ ଲକ୍ଷ ଟଙ୍କାର ବେଆଇନ ଭାବେ ଚାଲାଣ ହେଉଥିବା କେଶ ଧରାପଡ଼ିଥିଲା। ଏକ ଟ୍ରକ୍ରେ ୧୨୦ ବସ୍ତା କେଶ ଥିଲା। ଏସବୁ ଜବତ କରାଯାଇଥିଲା। ଚୋରା ଚାଲାଣ ହେଉଥିବା କେଶରୁ ଚାଇନାରେ ଓ୍ବିଗ୍ ପ୍ରସ୍ତୁତ କରାଯାଇ ଦକ୍ଷିଣ-ପୂର୍ବ ଦେଶକୁ ରପ୍ତାନୀ କରାଯାଉଛି। ତିରୁପତି ମନ୍ଦିରରେ ଶ୍ରଦ୍ଧାଳୁ ନିଜର କେଶ ଦାନ କରିଥାନ୍ତି। ଏସବୁକୁ ସଂଗ୍ରହ କରାଯାଇ ଆସାମ ଏବଂ ମିଜୋରାମକୁ ଚୋରା ଚାଲାଣ କରାଯାଇଥାଏ। ପରେ ସୁବିଧା ଦେଖି ମ୍ୟାନ୍ମାର୍ ବାଟେ ଚାଇନା ପଠାଯାଉଥିବା ଆସାମ ରାଇଫଲ୍ସ୍ର ୪୬ ବାଟାଲିୟନର କମାଣ୍ଡିଙ୍ଗ ଅଫିସର ବିପଲ୍ପ ତ୍ରିପାଠି ସୂଚନା ଦେଇଛନ୍ତି। ଏହି ବାଟେ ସୁନା ଏବଂ ନିଶାଦ୍ରବ୍ୟ ମଧ୍ୟ ଚୋରା ଚାଲାଣ ହେଉଥିବା ସେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୀମାରେ ପାଟ୍ରୋଲିଂ ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।