Categories: ଜାତୀୟ

ସୀମାରୁ ଚୋରା ଅସ୍ତ୍ରଶସ୍ତ୍ର-ନିଶାଦ୍ରବ୍ୟ ଜବତ…

ବାଡମେର୍‌, ୨୩।୬ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର ଜିଲାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ପକ୍ଷରୁ ଏଭଳି ର଼୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ରାଜସ୍ଥାନ ବାଡମେର ପୋଲିସ ଟିମକୁ ଏନେଇ ସଫଳତା ମିଳିଛି। ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଜବତ କରାଯାଇଛି।

ସେଥିମଧ୍ୟରେ ୩ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ, ୬ ମାଗାଜିନ ଏବଂ ୨୩ି କାର୍ଟ୍ରିଜ ରହିଛି। ଏହାସହିତ ୧୮ କିଲୋଗ୍ରାମ ୫୦୦ ଗ୍ରାମ ବେଆଇନ ଡୋଡା ପପି(ଅଫିମ) ମଧ୍ୟ ଜବତ କରାଯାଇଛି। କାର୍ଯ୍ୟରତ ପୋଲିସ ଅଧୀକ୍ଷକ ନରପତ ସିଂଙ୍କ ଅନୁଯାୟୀ, ଏହି ସ୍ବତନ୍ତ୍ର ଅପରେଶନରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ପଚରା ଉଚରା କରାଯିବା ସହିତ ତଦନ୍ତ ଜାରି ରହିଛି।

Share