ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି। ଏପରି କି ଟ୍ରକ, ଜେସିବି ମେଶିନ ସହ ଏକ୍‌ ବୋଲେରୋ ଗାଡିକୁ ବାରକୋଟ ଥାନା ପୋଲିସ ଜବତ କରି ଅଧିକ ଖୋଳତାଡ କରୁଛି ।

ଦେବଗଡ ଜିଲା ବାରକୋଟ ଥାନା ରଞ୍ଜଛକରୁ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ସୁନ୍ଦରଗଡ଼ ଜିଲା ବଣେଇ ଜେଲ୍‌ରେ କାର୍ଯ୍ୟରତ ଜକେଇକେଳା ଗ୍ରାମର କନଷ୍ଟେବଳ ସତ୍ୟାନନ୍ଦ ବେହେରା, ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର କୁମାର ସାହୁ, କେନ୍ଦୁଝର ଜିଲା କୁଆପୋସି ଗ୍ରାମର ଯୁଧୀଷ୍ଠିର ମହନ୍ତ ଓ ବଣେଇ ଥାନା ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ ଗିରଫ ହୋଇଛନ୍ତି ।

କନଷ୍ଟେବଳ ସତ୍ୟାନନ୍ଦ ବେହେରା ମଧ୍ୟସ୍ତି ସାଜି ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଜେସିବି ଏବଂ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ୨୦୦୮ରେ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଲୁହାପଥର ଜବତ କରି ରଞ୍ଜ ଛକରେ ଗଚ୍ଛିତ ରଖିଥିଲା । ଗତ କିଛି ମାସ ଭିତରେ ସେଠାରୁ କୋଟି କୋଟି ଟଙ୍କାର ଲୁହାପଥର ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଆଖିରେ ଧୂଳିଦେଇ ଅଭିଯୁକ୍ତମାନେ ସେଠାରୁ ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ

ଭୁବନେଶ୍ୱର,୨୮ା୩: ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ସିଡ୍ୟୁଲ ଏରିଆରେ...

ନବଜାତକଙ୍କୁ ଓଟିରୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ

ସୁନ୍ଦରଗଡ଼,୨୮ା୩: ନବଜାତଙ୍କୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ। ସରକାରୀ ମେଡିକାଲରେ ଏଭଳି ଚିନ୍ତାଜନକ ବିଷୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ଜିଲ୍ଲା...

୩୦ରେ କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୩୦ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲାର...

ଭୁବନେଶ୍ୱରରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇଲେ ‘ଗୋ ସେବକ’ ସଦସ୍ୟ, ୧୩ ରୁ ଅଧିକ ଗାଈ ଉଦ୍ଧାର

ଭୁବନେଶ୍ୱର,୨୮ା୩: ଶୁକ୍ରବାର ସକାଳେ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ‘ଗୋ ସେବକ’ ସଦସ୍ୟଙ୍କ ଏକ ଦଳ ଗୋରୁ ପରିବହନ କରୁଥିବା ଏକ ଗାଡ଼ିକୁ ଅଟକାଇଛନ୍ତି। ଗାଡ଼ିଟିକୁ ଅଟକାଇବା...

୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ...

ପୂରଣ ହେଉନି ଟ୍ୟାପ୍‌ରେ ପାଣି ପାଇବା ସ୍ବପ୍ନ

ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ।...

ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର...

୧୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଅନୁମୋଦନ: ସୃଷ୍ଟି ହେବ ୫୧,୯୩୯ ରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୨୮ା୩: ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ରାଜ୍ୟରେ ୧.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image