Categories: ଜାତୀୟ

ଭାରତକୁ ଚୋରା ସୁନା ଚାଲାଣ: ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଛି ଚେର

ନୂଆଦିଲ୍ଲୀ,୭।୧୨: ଭାରତକୁ ଦୁବାଇ ଏବଂ ମ୍ୟାନ୍‌ମାରରୁ ଚୋରା ସୁନା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଚୋରା ସୁନା ଚାଲାଣ ପାଇଁ କାର୍ଯ୍ୟ କରୁଥିବା ର଼୍ୟାକେଟର ଚେର ଦୁବାଇରୁ ବିହାର ପର୍ଯ୍ୟନ୍ତ ଚେର ଲମ୍ବିଛି। ବିହାର ବାଟେ ଚୋରା ସୁନା ଭାରତର ବିଭିନ୍ନ ଅଞ୍ଚଳକୁ ଯାଉଥିବା କୁହାଯାଉଛି। ଚୋରା ସୁନା ପାଇଁ ଗଠିତ ଅନ୍ତର୍ଜାତୀୟ ସିଣ୍ଡିକେଟରେ ଭାରତ ସମେତ ଅନ୍ୟ ଦେଶର ଆପରାଧିକ ଦଳ କାମ କରୁଛନ୍ତି। ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ସକ୍ରିୟ ଥିବା ଚୋରା ସୁନା ର଼୍ୟାକେଟ ଅନ୍ତର୍ଜାତୀୟ ସିଣ୍ଡିକେଟ ସହିତ କାମ କରି କୋଟି କୋଟି ଟଙ୍କାର ଲାଭ ସଂଗ୍ରହ କରୁଛନ୍ତି। ମ୍ୟାନମାର ସୀମାରେ ଥିବା ମୋରେ ବାଟଦେଇ ଭାରତକୁ ଚୋରାସୁନା ଅଣାଯାଉଛି। ଏଥିରେ ଗୁଆହାଟୀ ଏବଂ ଇମ୍ଫାଲର କେତେକ ର଼୍ୟାକେଟ କାମ କରୁଥିବା ଜଣାପଡ଼ିଛି। ବିମାନ, ଜାହାଜ ତଥା ସଡ଼କ ପଥରେ ଏହି କାରବାର ଜାରି ରହିଛି। ଦୁବାଇରୁ ଥାଇଲାଣ୍ଡ ପର୍ଯ୍ୟନ୍ତ ମଧ୍ୟ ଚୋରାସୁନା ଯାଉଥିବା କୁହାଯାଉଛି।

Share