Categories: ଜାତୀୟ

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି ବିହାରରେ ଚୋରା ମଦ ବେପାର ଚାଲିଛି। ଏସମ୍ପର୍କରେ ନୀତିଶଙ୍କୁ ସବୁ ଜଣା। ମାତ୍ର ସେ ନୀରବ ରହୁଛନ୍ତି। ଚିରାଗ ଶନିବାର ଏନେଇ ଟୁଇଟ୍‌ କରିଛନ୍ତି। ରାଜ୍ୟରେ ନିଯୁକ୍ତି ସୁଯୋଗ ଅଭାବରୁ ଯୁବବର୍ଗ ଚୋରା ମଦ ବେପାରରେ ଲିପ୍ତ ରହିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁ ଏସମ୍ପର୍କରେ ଖବର ସବୁ ମନ୍ତ୍ରୀଙ୍କ ପାଖରେ ରହିଛି ବୋଲି ଚିରାଗ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ମଦ ବିକ୍ରି ଉପରେ କଡ଼କଣା ଜାରିକରି ଚୋରା ମଦବେପାରକୁ ବଢ଼ାଉଥିବା ସେ କହିଛନ୍ତି। ରାଜ୍ୟର ଯୁବବର୍ଗଙ୍କ ଭବିଷ୍ୟତ ଏହା ଦ୍ୱାରା ନଷ୍ଟ ହେଉଥିବା ଚିରାଗ ଟୁଇଟ୍‌ କରି କହିଛନ୍ତି।

Share