ଶାଗୁଆନ କାଠ ପଟା ହେଉଥିଲା ଚାଲାଣ: ମାଡ଼ି ବସିଲା ବନ ବିଭାଗ

କୁଆଁରମୁଣ୍ଡା,୨ା୬(ମହେନ୍ଦ୍ର କୁମାର ସାହୁ): ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ବିର୍ଡା ସେକ୍ସନରୁ ଚୋରା ଶାଗୁଆନ ଓ ଶାଳ କାଠ ପଟା ଚାଲାଣ ବେଳେ ବନ ବିଭାଗ ମାଡି ବସିଥିଲା। ପଟା ବୋଝେଇ ଗାଡି ଜବତ ସହ କୁଆଁରମୁଣ୍ଡା ତେଲିପୋଷ ଗ୍ରାମର ଚାଳକ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ରେଞ୍ଜର ପଞ୍ଚନାରାୟଣ ସରାଫ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛନ୍ତି।

ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଜବତ ଶାଗୁଆନ ଓ ଶାଳକାଠ ପଟାର ପରିମାଣ ୧୯.୩୧ ଘନଫୁଟ ହୋଇଥିବା ବେଳେ ସେଗୁଡ଼ିକର ମୂଲ୍ୟ ୪୦ ହଜାର ହେବ ବୋଲି ରେଞ୍ଜର ସରାଫ ସୂଚନା ଦେଇଛନ୍ତି। ଚଢ଼ାଉ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଧେଶ କ୍ରମେ ହୋଇଥିଲା। ଏଥିରେ କୁଆଁରମୁଣ୍ଡା ରେଞ୍ଜର ସରାଫ ଓ ବିର୍ଡା ସେକ୍ଟନ ବନ କର୍ମଚାରୀ ଜୟନାରାୟଣ ପ୍ରଧାନ,ସଂଗ୍ରାମ ବାରିକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

Share