Categories: ଜାତୀୟ

୨୭୨ ଥର ସାପ କାମୁଡ଼ିଥିଲେ ମଧ୍ୟ ବଞ୍ଚିଯାଇଥିଲେ ଏହି ବ୍ୟକ୍ତି, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୬।୭: ମଣିଷ ସାପକୁ ଏଥିପାଇଁ ଭୟ କରେ କାରଣ ଏଥିରେ ବିଷ ଥାଏ। ଯଦି ଏକ ବିଷାକ୍ତ ସାପ ଦଂଶନ କରେ, ତେବେ ଜୀବନ ବିପଦରେ ପଡ଼ିଥାଏ। ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ସାପ ବିଷ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଇତିହାସରେ ଏହିପରି ଅନେକ ଚରିତ୍ର ବିଷୟରେ ତୁମେ ନିଶ୍ଚୟ ଶୁଣିଥିବ। ଯେଉଁମାନେ ସାପ ବିଷ କିମ୍ବା ଅନ୍ୟ କୌଣସି ବିଷ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି। ଏହାର କାରଣ ହେଉଛି, ସେମାନେ ବିଷରୁ ରକ୍ଷା ପାଇବା ପାଇଁ ଆରମ୍ଭରୁ ପ୍ରସ୍ତୁତ ହୋଇଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଭାରତୀୟଙ୍କ ବିଷୟରେ କହିବୁ ଯାହାଙ୍କୁ ୨୭୨ ଥର ସାପ କାମୁଡ଼ିଥିଲେମଧ୍ୟତାଙ୍କ ସହ କିଛି ହୋଇ ନାହିଁ।

ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ହିମାଚଳ ପ୍ରଦେଶର ଅମର ସିଂ। ୨୦୦୩ ରେ ଯେତେବେଳେ ଏହା ସାମ୍ନାକୁ ଆସିଲା, ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହାକୁ କଭର୍‌ କରିଥିଲା। ସେତେବେଳେ ୯୨ ବର୍ଷିୟ ଅମର ସିଂ ଦାବି କରିଥିଲେ ଯେ, ପିଲାଦିନରୁ ତାଙ୍କୁ ୨୭୨ଥର ସାପ କାମୁଡ଼ିଥିଲା, କିନ୍ତୁ ସାପର ବିଷ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା।

ସେହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅମର ସିଂ କହିଥିଲେ ଯେ ସାପ ବିଷ ତାଙ୍କୁ ପ୍ରଭାବିତ କରେ ନାହିଁ କାରଣ ସେ ଆରମ୍ଭରୁ ଲୁଣ ଖାଉନଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଯଦି ଆପଣ ଲୁଣ ନ ଖାଆନ୍ତି ତେବେ ସାପର ବିଷ ଆପଣଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ତଥାପି ବିଜ୍ଞାନ ଏହାକୁ ଗ୍ରହଣ କରେ ନାହିଁ।

 

Share