Categories: ଜାତୀୟ

ସବାରି ପୂର୍ବରୁ ଉଠିଲା କୋକେଇ

ରାଞ୍ଚି,୧୬।୭: ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୧୬ ରେ ପୁନମ କୁମାରୀ ନାମକୁ ଜଣେ ଯୁବତୀଙ୍କ ବିବାହ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ହେଉଥିଲା। ବିବାହ ପୂର୍ବଦିନ ହଳଦୀ ଉତ୍ସବ ସରିବା ପରେ କନ୍ୟା ଶୋଇବାକୁ ଯାଇଥିଲେ। ଏହି ସମୟରେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ପରେ ସେ ଜୋର ଚିତ୍କାର କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share