ସର୍ପ ଦଂଶନ ଓ ଅନ୍ଧବିଶ୍ୱାସ

ଗତ କିଛିଦିନ ହେଲା ଲଗାତର ଭାବେ ସର୍ପଦଂଶନ ମୃତ୍ୟୁ ଖବର ଅନେକଙ୍କୁ ଭୟଭୀତ କରୁଛି।  ମାସେ ତଳେ କେନ୍ଦୁଝର ଜିଲାର ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ୭ରୁ ୧୨ ବର୍ଷ ବୟସର ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ହେବା ଓ ନିକଟରେ ବୌଦ୍ଧ ଜିଲା ହରଭଙ୍ଗା ଅଞ୍ଚଳରେ ସାପ କାମୁଡ଼ାରେ ଗୋଟିଏ ପରିବାରର ତିନି ଭଉଣୀଙ୍କ ଅକାଳରେ ଜୀବନ ଯିବା ଭଳି ଅପ୍ରତ୍ୟାଶିତ ଅଘଟଣ ନିଶ୍ଚିତ ଭାବରେ ଅତ୍ୟନ୍ତ ଦୁଃଖଦାୟକ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ଷାଦିନେ ସାପ ଅଣ୍ତାରୁ ଛୁଆ ବାହାରନ୍ତି ଓ ସାପ ସଂଖ୍ୟାରେ ବୃଦ୍ଧି ଘଟେ ା ବିଶେଷ କରି ଏହି ସମୟରେ ବର୍ଷା ଯୋଗୁ ଗାତଗୁଡ଼ିକ ପାଣିରେ ଭରି ଯାଉଥିବାରୁ ସାପମାନେ ବାହାରକୁ ଚାଲି ଆସି ଜନବସତିମୁହଁା ହୁଅନ୍ତି ା ପୁନଶ୍ଚ ଏହି ସମୟରେ ଚାଷ କାର୍ଯ୍ୟ ଚାଲୁଥିବାରୁ ଜମିକୁ ଯାଉଥିବା ଚାଷୀ ପରିବାର ଅଧିକାଂଶରେ ସର୍ପଦଂଶନର ଶିକାର ହେଉଥିବା ଦେଖିବାକୁ ମିଳେ।
ସର୍ପଦଂଶନ ଏକ ବିପର୍ଯ୍ୟୟ ଭାବରେ ଉଭା ହୋଇଥିଲେ ହେଁ ଏହାର ସମୁଚିତ ବିଧାନ ଏଯାଏ ହୋଇପାରି ନାହିଁ। ଆମ ରାଜ୍ୟର ଅଧିକାଂଶ ଡାକ୍ତରଖାନାରେ ଏନେଇ ଆବଶ୍ୟକ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଯଦିଓ ଡାକ୍ତରଖାନାଗୁଡ଼ିକରେ ଆଣ୍ଟି ଭେନ୍‌ସ ଇଞ୍ଜେକଶନର ଉପଲବ୍ଧତା ରହିଛି କିନ୍ତୁ ଉନ୍ନତମାନର ଚିକିତ୍ସା ଓ ଆଇସିୟୁ ସୁବିଧା ଏବଂ ଠିକ୍‌ ଡାଇଗ୍ନୋସିସ୍‌ ହୋଇ ନ ପାରିବା କାରଣରୁ ଅକାଳରେ ସାପକାମୁଡ଼ା ରୋଗୀଙ୍କ ଜୀବନ ଚାଲିଯାଉଛି ା ଅପରପକ୍ଷେ ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ଆମେ କିଭଳି ସତର୍କତା ଅବଲମ୍ବନ କରିବୁ ତା’ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବର୍ଷାମାସରେ ଘର ଚାରି ପାଖର ଲଟାବୁଦା ସଫା କରିବା ସହ ରାତିରେ ଚଟାଣ ଉପରେ ନ ଶୋଇ ଖଟରେ ମଶାରି ଟାଣି ଶୋଇଲେ ଅନେକାଂଶରେ ସାପ କାମଡ଼ାରୁ ରକ୍ଷା ପାଇହେବ। ଅନ୍ଧାରରେ ବାହାରକୁ ଯିବାକୁ ପଡ଼ିଲେ ଟର୍ଚ୍ଚ ଲାଇଟ ନିଶ୍ଚିତ ବ୍ୟବହାର କରିବା ଦରକାର। ଘର ଚାରିପଟେ କଳା ଫିନାଇଲ, ଗ୍ରାମାକସିନ, ବ୍ଲିଚିଙ୍ଗ ପାଉଡ଼ର ଆଦି ସିଞ୍ଚନ କରିବା ଦ୍ୱାରା ଏହାର ଗନ୍ଧରେ ସାପ ଘରେ ପଶନ୍ତି ନାହିଁ।
ବିଡ଼ମ୍ବନାର ବିଷୟ ହେଉଛି, ସାପ କାମୁଡ଼ା ପରବର୍ତ୍ତୀ ଅନ୍ଧବିଶ୍ୱାସ। ସାପ କାମୁଡ଼ା ରୋଗୀକୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନ ନେଇ ଗୁଣିଆ ପାଖରେ ଝଡ଼ାଫୁଙ୍କା କରାଇବାକୁ ଲୋକେ ଏବେ ବି ପ୍ରାଥମିକତା ଦେଉଛନ୍ତି ା କେହି କେହି ସାପ କାମୁଡ଼ା ସ୍ଥାନରେ ଟାଇଟ୍‌ କରି ରଶି ବାନ୍ଧି ଦିଅନ୍ତି, କାମୁଡ଼ା ଜାଗାକୁ ବ୍ଲେଡ୍‌ରେ କାଟି ରକ୍ତ ବାହାର କରିଦେବା କିମ୍ବା କ୍ଷତ ସ୍ଥାନରେ ନିଆଁ ଚେଙ୍କ ମଧ୍ୟ ଦିଅନ୍ତି। ରୋଗୀକୁ ଲୁଣ, ବିଭିନ୍ନ ଗଛର ଚେର, ପାଦୁକ ପାଣି ଆଦି ଖୁଆନ୍ତି ା ଏହା ଦ୍ୱାରା ଅଯଥାରେ ବିଳମ୍ବ ଘଟି ଗୁରୁତର ଅବସ୍ଥାକୁ ଆସିଲା ବେଳକୁ ରୋଗୀକୁ ବଞ୍ଚାଇବା ଆଉ ସମ୍ଭବ ହୁଏ ନାହିଁ। କହିବାକୁ ଗଲେ ସାପ କାମୁଡ଼ା ରୋଗୀ ତା’ର ନିଜ ଲୋକଙ୍କ ଦ୍ୱାରା ହିଁ ଅବହେଲାର ଶିକାର ହୋଇ ଶେଷରେ ମୃତ୍ୟୁ ମୁଖରେ ପଡ଼େ। ଏଭଳି ଅପରିଣାମଦର୍ଶୀ ଘଟଣା ସମାଜର ପ୍ରାୟ ସମସ୍ତ ବର୍ଗର ଲୋକଙ୍କଠାରେ ଦେଖିବାକୁ ମିଳିବା ନିହାତି ଚିନ୍ତାର ବିଷୟ।
ସାପ କାମୁଡ଼ାରେ ୨୦୧୮-୧୯ରେ ଆମ ରାଜ୍ୟରେ ୧୦୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯-୨୦ରେ ୯୫୧, ୨୦୨୦-୨୧ରେ ୧୦୪୪, ୨୦୨୧-୨୨ରେ ୮୪୪ ଓ ୨୦୨୨-୨୩ ମସିହାରେ ୧୦୦୦ ଜଣଙ୍କର ଜୀବନ ଯାଇଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି ା ତେବେ ଅନ୍ଧବିଶ୍ୱାସ ଯୋଗୁ ଅନେକ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉ ନ ଥିବାରୁ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ଢେର ଅଧିକ ହେଉଥିବା ମଧ୍ୟ ଚର୍ଚ୍ଚା ହୁଏ।
ସର୍ପଦଂଶନର ପ୍ରଥମ ଗୋଟିଏ ଘଣ୍ଟା ଅତ୍ୟନ୍ତ ମୂଲ୍ୟବାନ୍‌ ବୋଲି ବିଶେଷଜ୍ଞ ମତ ଦିଅନ୍ତି ା କୌଣସି ପ୍ରକାର ବିଭ୍ରାନ୍ତିରେ ନ ପଡ଼ି ଯଦି ଏହି ସମୟ ମଧ୍ୟରେ ସମୁଚିତ ଡାକ୍ତରୀ ଚିକିତ୍ସା କରାଯାଇ ପାରିବ ତେବେ ରୋଗୀର ଜୀବନ ବଞ୍ଚିଯିବାର ସମ୍ଭାବନା ଖୁବ୍‌ ଅଧିକ ଥାଏ ା ତେଣୁ ସର୍ପଦଂଶନର ପ୍ରଥମ ଏକ ଘଣ୍ଟାକୁ ଗୋଲ୍‌ଡେନ ଆଓ୍ବାର ବା ‘ସୁବର୍ଣ୍ଣ ଘଣ୍ଟା’ ବୋଲି କୁହାଯାଇଥାଏ ା କିନ୍ତୁ ଠିକ୍‌ ଏହି ସମୟରେ ହିଁ ନାନା ବ୍ୟକ୍ତି ନାନା କଥା କହି ରୋଗୀ ଓ ତା’ର ସମ୍ପର୍କୀୟଙ୍କୁ ବିଭ୍ରାନ୍ତ କରିଥାନ୍ତି ା ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଅବଧିରେ କୌଣସି ପ୍ରକାର ବିଭ୍ରାନ୍ତିକର କଥାରେ ନ ପଡ଼ି ସମୁଚିତ ଡାକ୍ତରୀ ଚିକିତ୍ସା କରାଇପାରିଲେ ସର୍ପାଘାତ ରୋଗୀ ଆରୋଗ୍ୟ ହେବାର ସମ୍ଭାବନା ବଢ଼ିଯିବ ା
ସିନାପାଲି, ନୂଆପଡ଼ା
ମୋ: ୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଚୟ ଓ ସଂଶୟ

ମଣିଷ ଭବିଷ୍ୟତକୁ ଆଖିଆଗରେ ରଖି କାଳେ କିଛି ଖରାପ ବେଳ ଆସିପାରେ ବା ଆଗକୁ କିଛି ବଡ଼ ଖର୍ଚ୍ଚ ପଡ଼ିପାରେ, ତାହାକୁ ସହଜରେ ସମାହିତ କରିବା...

ଜଳବାୟୁ ପଦକ୍ଷେପରେ ଜନ ଭାଗୀଦାରି

ପ୍ରାୟ ଦଶବର୍ଷ ପୂର୍ବେ ପ୍ୟାରିସ୍‌ରେ ଦେଶମାନେ ଏକାଠି ହୋଇ ଜଳବାୟୁ ବିପର୍ଯ୍ୟୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଏକମତ ହୋଇଥିଲେ। କିନ୍ତୁ ଶକ୍ତି, ପରିବହନ ଏବଂ...

ଏଇ ଭାରତରେ

ଅଣୁ ବିଜ୍ଞାନୀ ଡ. କଳ୍ପନା ଶଙ୍କର ଏବେ ଜଣେ ସମାଜସେବୀ ଭାବରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଚେଷ୍ଟା କରିବା ସହ ଅନେକ ହଜାର ମହିଳାଙ୍କୁ...

ଦେବଭୂମିରେ ଦୁର୍ବିପାକ

ଡ. ବିଜୟ କେତନ ପଟ୍ଟନାୟକ ଦେବଭୂମି କେରଳ ରାଜ୍ୟର ଉତ୍ତର ପୂର୍ବରେ ରହିଛି ରହସ୍ୟମୟ ବିସ୍ମୟୋତ୍ପାଦକ ସହର ଓ୍ବାୟନାଡ୍‌। ଏହି ସବୁଜିମାମୟ ସହରରେ ନିକଟରେ ପ୍ରକୃତିର...

ଆମ ହାତରେ ବମ୍‌

ରିତେଶ କୁମାର ଶିଶୁ ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ୱାକିଟକି, ପେଜର, ସ୍ମାର୍ଟ ଟିଭି,...

ବିଜ୍ଞାନର ମୂଲ୍ୟାୟନ

ଅଧିକାଂଶ ଧାର୍ମିକ ବ୍ୟକ୍ତି ବିଜ୍ଞାନ ପ୍ରତି ଈର୍ଷା ଭାବ ପ୍ରକାଶ କରନ୍ତି। ହେଲେ ବିଜ୍ଞାନ ସିଦ୍ଧାନ୍ତ ଉପସ୍ଥାପନ କରି ଧର୍ମକୁ ଟପିଯାଇଛି। ଯାଦୁ ଶକ୍ତି ବଦଳରେ...

ଶୁଭ ସକାଳ

ସକାଳ ଭାରି ଶାନ୍ତ। ଘୋ ଘା ନ ଥିବ। ଅଳସ ଭାଙ୍ଗୁଥିବ ପୃଥିବୀ। ଜୀବନ ଧୀରେ ଧୀରେ ଫେରୁଥିବ ତା’ ନିକଟକୁ। କ୍ଷୀର ଖାଉଥିବା ବାଛୁରିକୁ...

ଡିଜିଟାଲ ପରଦା

କଟକରେ ପରିବାର ସହ ଗୋଟିଏ ରେସ୍ତୋରାଁକୁ ରାତ୍ରିଭୋଜନ ପାଇଁ ଯାଇଥିଲି। ଆମ ସମ୍ମୁଖ ଟେବୁଲରେ ଏକ ଦମ୍ପତି ବସିଥାଆନ୍ତି। ସେମାନଙ୍କ ସହିତ ତାଙ୍କର ଛୋଟ ପୁଅଟିଏ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri