ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ ଚିକିତ୍ସା ଲାଗି ତାଙ୍କୁ ମୁମ୍ବାଇର କାମୋଠେ ସ୍ଥିତ ଏମ୍ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ପୂର୍ବାହ୍ନ ୯ଟାରେ ସେ ହସ୍ପିଟାଲରୁ ଫାର୍ମ ହାଉସ୍‌କୁ ଫେରି ଆସିଛନ୍ତି।

ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ପରିବାର ପକ୍ଷରୁ କୁହାଯାଇଛି। ସେ ଫାର୍ମ ହାଉସ୍‌ରେ ବିଶ୍ରାମ କରୁଛନ୍ତି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏଭଳି ଅଘଟଣ ଘଟିଛି। ଡିସେମ୍ବର ୨୭ରେ ସଲମାନ୍‌ଙ୍କ ଜନ୍ମଦିନ। ସେଥିପାଇଁ ସେ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ଫାର୍ମ ହାଉସ୍‌ରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ସାପ କାମୁଡ଼ିବାରୁ ଜନ୍ମଦିନ ପାଳନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Share