Categories: ଜାତୀୟ

ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି

ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାପ ପଛରୁ ଯୁବକଙ୍କ ହାତକୁ ଏକ ଚୋଟ ମାରିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଉନ୍ନାଓର କୋତଓ୍ବାଲିର ଆଜାଦନଗର ଶକ୍ଲାଗଞ୍ଜରେ ଏକ ସାପ ମୂଷାକୁ ଗିଳିଦେଇଥିଲା। ଏହି ସମୟରେ ମୃତ ଯୁବକଙ୍କ ନଜର ସାପ ଉପରେ ପଡିଥିଲା। ସେ ସାପଟିର ଲାଞ୍ଜକୁ ଧରିଥିଲେ। ଏହି ସମୟରେ ସାପଟି ଯୁବଙ୍କ ହତକୁ କାମୁଡି ଦେଇଥିଲା। ଏହା ପରେ ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା। ଏହାକୁ ଦେଖି ଭିଡ଼ ଜମିଥିଲା। ଯନ୍ତ୍ରଣା ସତ୍ତ୍ୱେ ପୁଣି ଥରେ ଯୁବକ ଜଣକ ସାପର ଲାଞ୍ଜକୁ ଧରି ଥିଲେ। ପରେ ସାପଟି ଆଗଉ ଗୋଟେ ଚୋଟ ଦେଇଥିଲା। ଏହି ସମୟରେ ଲୋକେ ସ୍ଥାନୀୟ ଏକ ଗୁଣିଆକୁ ଡକାଇ ଝଡାଫୁଙ୍କା କରିଥିଲେ। କୌଣସି ଲାଭ ନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘେଶଷଣା କରିଥିଲେ।

Share