Advertisement

ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଦେଲେ ବଡ଼ ସୂଚନା: ଭିତର ରତ୍ନଭଣ୍ଡାରରେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ ଉପସ୍ଥିତିରେ ଆଜି ଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ସାପ ଅଛି କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥିବା ବେଳେ ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଆଦୌ ଦେଖାଗଲେନି ସାପ। ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା। ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ। ଆମକୁ ଡକା ଗଲା ନାହିଁ ମାନେ ଭିତରେ ସାପ ନାହାନ୍ତି। ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା ବୋଲି ଶୁଭେନ୍ଦୁ କହିଛନ୍ତି।

ଅନ୍ୟପଟେ ଆଜିର କାର୍ଯ୍ୟ ଶେଷ ହେଲା ପରେ ଶ୍ରୀମନ୍ଦିର ପରିସରରୁ ଓଡ୍ରାଫ ଟିମ ବାହାରିଛନ୍ତି। କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ଓଡ୍ରାଫ ଟିମ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share