ପୋତାଗଡ଼ରୁ ଉଦ୍ଧାର ନାଗ ଦେବତାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ମନ୍ଦିରରେ ପାଇବେ ପୂଜା

ଗଞ୍ଜାମ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ସପ୍ତଫେଣୀ ନାଗ ଦେବତାଙ୍କ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଥିଲା l ସୁରିଆ ପ୍ରଧାନ, କାହ୍ନୁ ତରାଇ ପ୍ରମୁଖ ଉକ୍ତ ମୂର୍ତ୍ତିକୁ ଦେଖି ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସଙ୍କୁ ଖବର ଦେବାରୁ ସେମାନେ ପହଞ୍ଚି ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଉକ୍ତ ମୂର୍ତ୍ତିକୁ ଦେଖିବା ଲାଗି ସ୍ଥାନୀୟ ଲୋକ ପୋତାଗଡ଼ରେ ଭିଡ଼ ଜମାଇଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ, ବିଡିଓ ବିଶ୍ୱଜିତ ରୟ ପ୍ରମୁଖ ପୋତାଗଡ଼ ଯାଇ ଉଦ୍ଧାର ମୂର୍ତ୍ତି ଘଟଣା ଅନୁଧ୍ୟାନ କରିଥିଲେ। ଉକ୍ତ ମୂର୍ତ୍ତିକୁ ବାବା କାଶୀବିଶ୍ୱନାଥ ମନ୍ଦିରକୁ ନିଆଯାଇ ସେଠାରେ ପୂଜାର୍ଚ୍ଚନା କରାଯାଇଛି। ପୂଜାର୍ଚ୍ଚନା ବେଳେ ଯୁବ ସ୍ବେଚ୍ଛାସେବୀ ସୁଧୀର ପାଢ଼ୀଙ୍କ ସମେତ ପୂଜକ ବଟକୃଷ୍ଣ ରାଉଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share