ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪ ଜାଗା କାମୁଡା ଖାଇ ସାରିବା ପରେ ଉତ୍ତ୍ୟକ୍ତ ହୋଇ ସାପକୁ କଚାଡି ମାରିଲେ ଆଉ ମୃତ ସାପକୁ ସାଙ୍ଗରେ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ମେଡିକାଲରେ। ଉଦଳା ଥାନା ନାଗପାଳ ଗ୍ରାମର ଅଜିତ କର୍ମକାର ସାରେ ଘର ପାଖରେ ଦୁଇଟି ସାପ ଖେଳୁଥିବା ଦେଖିଥିଲେ। ଗୋଟିଏ ସାପକୁ ସେ ଯାଇ ଧରିଥିଲେ, ଧରିଥିବା ସାପଟି ତାଙ୍କୁ ୩ରୁ ୪ ଥର କାମୁଡିଥିଲା। ଏହା ପରେ ଅଜିତ ଉକ୍ତ ନାଗ ସାପକୁ ସେଠାରେ କଚାଡି ମାରିଥିଲେ ଏବଂ ମାରିଥିବା ସାପକୁ ସାଙ୍ଗରେ ଧରି ପହଞ୍ଚିଥିଲେ ଉଦଳା ମେଡିକାଲରେ। ଯାହାକୁ ଦେଖି ମେଡିକାଲ ଲୋକେ କାବା। ତେବେ ସାପକୁ ଚିହ୍ନଟ କରି ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲେ ସୁଦ୍ଧା ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରି ଦିଆଯାଇଛି। ଏଭଳି ଘଟଣାକୁ ନେଇ କିଛି ସମୟ ପାଇଁ ଉଦଳା ମେଡିକାଲରେ ଚଞ୍ଚଲ୍ୟ ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।...

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୧ା୩: ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି। କଲା ଡ୍ରେସ...

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା...

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

ଆଜି ତାଣ୍ଡବ ରଚିବ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ହେବ…

ଭୁବନେଶ୍ୱର,୨୧ା୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image