Advertisement

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪ ଜାଗା କାମୁଡା ଖାଇ ସାରିବା ପରେ ଉତ୍ତ୍ୟକ୍ତ ହୋଇ ସାପକୁ କଚାଡି ମାରିଲେ ଆଉ ମୃତ ସାପକୁ ସାଙ୍ଗରେ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ମେଡିକାଲରେ। ଉଦଳା ଥାନା ନାଗପାଳ ଗ୍ରାମର ଅଜିତ କର୍ମକାର ସାରେ ଘର ପାଖରେ ଦୁଇଟି ସାପ ଖେଳୁଥିବା ଦେଖିଥିଲେ। ଗୋଟିଏ ସାପକୁ ସେ ଯାଇ ଧରିଥିଲେ, ଧରିଥିବା ସାପଟି ତାଙ୍କୁ ୩ରୁ ୪ ଥର କାମୁଡିଥିଲା। ଏହା ପରେ ଅଜିତ ଉକ୍ତ ନାଗ ସାପକୁ ସେଠାରେ କଚାଡି ମାରିଥିଲେ ଏବଂ ମାରିଥିବା ସାପକୁ ସାଙ୍ଗରେ ଧରି ପହଞ୍ଚିଥିଲେ ଉଦଳା ମେଡିକାଲରେ। ଯାହାକୁ ଦେଖି ମେଡିକାଲ ଲୋକେ କାବା। ତେବେ ସାପକୁ ଚିହ୍ନଟ କରି ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲେ ସୁଦ୍ଧା ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରି ଦିଆଯାଇଛି। ଏଭଳି ଘଟଣାକୁ ନେଇ କିଛି ସମୟ ପାଇଁ ଉଦଳା ମେଡିକାଲରେ ଚଞ୍ଚଲ୍ୟ ଖେଳିଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share