ଟାମ୍ପା,୧୯।୧୦ : ଫ୍ଳୋରିଡ଼ାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଉଡାଣ କରୁଥିବା ବିମାନରେ ସାପ ମିଳିଛି। ସାପ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନେ ଓ୍ବାର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏଭଳି ଘଟିଛି। ବିମାନର ବିଜନେସ୍ କ୍ଲାସରେ ସାପ ଦେଖିବାକୁ ମିଳିଥିଲା। ପରେ ପୋଲସ ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ।