ଜେଲ୍‌ କଲୋନୀ ଡିଆଇଜିଙ୍କ ଘରୁ ନାଗ ଉଦ୍ଧାର

ଚୌଦ୍ୱାର,୧୭ା୯(ଡି.ଏନ୍‌.ଏ.): ଚୌଦ୍ୱାର ସର୍କଲ ଜେଲ କଲୋନୀ ଡିଆଇଜି କ୍ୱାର୍ଟର୍ସ ପରିସରରୁ ଏକ ୪ ଫୁଟ ଲମ୍ବର ନାଗସାପ ବୁଧବାର ରାତିରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ରାତିରେ କ୍ୱାର୍ଟର୍ସ ଭିତରକୁ ଏକ ନାଗସାପ ପଶୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ କଲୋନୀ ବାସିନ୍ଦା ପିପୁଲ୍ସ ଫର ଆନିମଲ କଟକର କର୍ମକତ୍ତାଙ୍କ ସହ ଯୋଗାଯୋଗ କରିଥିଲେ। ସଂଗଠନର ସଦସ୍ୟ ତିଲକ କର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ବୟସ ୪ ବର୍ଷ ହେବ ବୋଲି ସେ ଅନୁମାନ କରିଛନ୍ତି। ସାପଟିକୁ ସ୍ଥାନୀୟ ଏକ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Share