ଢମଣାକୁ ଗିଳିଲା ରଣା

କବିସୂର୍ଯ୍ୟନଗର,୨ା୭(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଅଧୀନ ପଥରା ଗ୍ରାମର ସଞ୍ଜୟ କୁମାର ରେଡ୍ଡୀଙ୍କ ବାରିପଟୁ ସ୍ନେକ ହେଲ୍ପ ଲାଇନ ରବିବାର ୫ ଫୁଟର ଏକ ରଣା ସାପ ଓ ଢାମଣା ସାପ ଉଦ୍ଧାର କରିଛି। ରଣା ସାପଟି ଢମଣାକୁ ଗିଳୁଥିବା ଗ୍ରାମବାସୀ ଦେଖି ସ୍ନେକ ହେଲ୍ପ ଲାଇନ, ସମାଜିକ କର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ ଓ ପୋଲସରା ବନବିଭାଗକୁ ଜଣାଇଥିଲେ। ପଥରା ନିକଟ ସାନଚଢିଆପଡାର ସାପ ଧରାଳି କ୍ରିଷ୍ଣା ବେହେରା ଘଟଣସ୍ଥଳରେ ପହଞ୍ଚି କୌଶଳକ୍ରମେ ରଣା ଗିଳିଥିବା ଢାମଣାକୁ ବାହାର କରି ଥିଲେ। ହେଲେଢାମଣାଟି ମରି ଯାଇଥିଲା। ମୃତ ଓ ଜୀଅନ୍ତା ସାପ ଦୁଇଟିକୁ କ୍ରିଷ୍ଣା ନିକଟସ୍ଥ ସିଦ୍ଧେଶ୍ୱର ଜଙ୍ଗଲକୁ ନେଇଥିଲେ। ସେଠାରେ ରଣା ସାପକୁ ଛାଡି ଦେଇଥିଲେ। ଯଦି କେହି କୌଣସି ସାପ ଦେଖନ୍ତି ତାକୁ ନ ମାରି ତୁରନ୍ତ ତାଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି। ଏପରି କି ସାପ କାମୁଡିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି। ଗୁଣିଆ ପାଖକୁ ଯାଇ ଜୀବନକୁ ବିପଦରେ ପକାନ୍ତୁ ନାହି ବୋଲି କ୍ରିଷ୍ଣା କହିଛନ୍ତି।

Share