ଦୁନିଆରେ ଶହ ଶହ କୋଠା ଅଛି। ଯେଉଁଥିରେ ଇଞ୍ଜିନିୟରମାନେ ନିଶ୍ଚିତ ଭାବରେ ବହୁତ ମନପ୍ରାଣ ଦେଇ ଅଧିକ ପରିଶ୍ରମ କରିଥିବେ। କିନ୍ତୁ ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରୁ କିଛି ଅଟାଳିକା ଚମତ୍କାର ଡିଜାଇନ ହେତୁ ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି। ଆଧୁନିକ ଯୁଗରେ ଇଞ୍ଜିନିୟରମାନେ ଏପରି ଅନେକ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ଯାହା ନିଆରା ଉଦାହରଣ। ଆଜି ଆମେ ସେମିତି ଏକ ଅଟ୍ଟାଳିକା ବିଷୟରେ କହିବୁ। ଯାହା ଦେଖିଲେ ଆଖି ଲାଖିଯିବ। ସେମିତି ଅଜବ ଆକୃତିର ଏକ ମନ୍ଦିର ତିଆରି କରାଯାଇଛି। ଯାହା ଦେଖିବାକୁ ଏକ ସାପ ପରି। ସେସିଆଲ ମିଡିଆରେ ଏହି ମନ୍ଦିରର ଫଟୋ ଖୁବ୍ ଭାଇରାଲ ହେଉଛି।
ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ। ଏହା ହାଇଦ୍ରାବାଦଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରର ଆକୃତି ଏକ ବିରାଟ ସାପ ପରି। ପ୍ରଭୁଙ୍କ ମୂର୍ତ୍ତି ସାପର ମୁଣ୍ଡରେ ରହିଛି। ଏଥିରେ କାଳିଆ ନାଗ ଉପରେ ଭଗବାନଙ୍କ ଶ୍ରୀକୃଷ୍ଣ ନୃତ୍ୟ ପ୍ରଦର୍ଶିତ ହୋଇଛି।