ଗୋଟିଏ ରାତିରେ ୩ ନାବାଳିକା ଝିଅଙ୍କ ଜୀବନ ନେଲା ବିଷଧର ସାପ, ବାପା ଗୁରୁତର

ବୌଦ୍ଧ,୯ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ସାପକାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨, ୩ ବର୍ଷ।

ସୂଚନା ମୁତାବକ, ଚରିଆ ପାଲିଗାଁରେ ଶୈଳେନ୍ଦ୍ର ମଳିକ, ସ୍ତ୍ରୀ ଏବଂ ତାଙ୍କ ୩ ଝିଅ ରାତିରେ ଖାଇ ଶୋଇଥିଲେ।  ଏକ ବିଷଧର ସାପ ୩ ଝିଅ ସ୍ମୃତିରେଖା, ସୁରଭି, ଶୁଭରେଖା ଓ ବାପା ଶୈଳେନ୍ଦ୍ରଙ୍କୁ କାମୁଡ଼ିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଗୁଣିଆ ପାଖକୁ ନେଇଥିଲେ। କିନ୍ତୁ ସମସ୍ତେ ଗୁରୁତର ହେବାରୁ ବୌଦ୍ଧ ମେଡିକାଲକୁ ନେଇଥିଲେ। ତେବେ ମେଡିକାଲରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୧୯।୯ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ...

ଅଡ଼ୁଆରେ ଚମ୍ପୁଆ ବିଧାୟକ:ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୯ା୯ (କାର୍ତ୍ତିକ ସାହୁ):କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଆଗତ ନିର୍ବାଚନ ଅନିୟମିତତା ଆବେଦନ ହାଇକୋର୍ଟରେ ବୁଧବାର ଖାରଜ ହୋଇଛି। ଏହି ଆବେଦନ...

ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର,୧୯।୯(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ରାଜ୍ୟବାସୀଙ୍କ ପ୍ରତି କେବଳ ଧୋକା । ପ୍ରଧାନମନ୍ତ୍ରୀ ତାଙ୍କ...

ମୁହଁ ଖୋଲିଲେ ସୁଜିତ୍‌: ରାଜ୍ୟବାସୀଙ୍କ ସେବା ପାଇଁ…

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):କିଛିଦିନ ତଲେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ...

ଭାଜପା ସରକାରକୁ ପୂରିଛି ୧୦୦ ଦିନ: ସଫଳତା ବଖାଣିଲେ ମନମୋହନ

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର):ଦୀର୍ଘ ୬୦ ବର୍ଷ ପରେ ଏକମାତ୍ର ନେତା ଭାବେ ନରେନ୍ଦ୍ର ମୋଦି ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ...

୧୦୦ ଦିନରେ ଭାଜପାର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା

ଭୁବନେଶ୍ୱର,୧୯।୯(ଅନିଲ ଦାସ):ରାଜ୍ୟ ଭାଜପା ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ, ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri