ଗୋଟିଏ ରାତିରେ ୩ ନାବାଳିକା ଝିଅଙ୍କ ଜୀବନ ନେଲା ବିଷଧର ସାପ, ବାପା ଗୁରୁତର

ବୌଦ୍ଧ,୯ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ସାପକାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨, ୩ ବର୍ଷ।

ସୂଚନା ମୁତାବକ, ଚରିଆ ପାଲିଗାଁରେ ଶୈଳେନ୍ଦ୍ର ମଳିକ, ସ୍ତ୍ରୀ ଏବଂ ତାଙ୍କ ୩ ଝିଅ ରାତିରେ ଖାଇ ଶୋଇଥିଲେ।  ଏକ ବିଷଧର ସାପ ୩ ଝିଅ ସ୍ମୃତିରେଖା, ସୁରଭି, ଶୁଭରେଖା ଓ ବାପା ଶୈଳେନ୍ଦ୍ରଙ୍କୁ କାମୁଡ଼ିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଗୁଣିଆ ପାଖକୁ ନେଇଥିଲେ। କିନ୍ତୁ ସମସ୍ତେ ଗୁରୁତର ହେବାରୁ ବୌଦ୍ଧ ମେଡିକାଲକୁ ନେଇଥିଲେ। ତେବେ ମେଡିକାଲରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share