ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠି ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଆନ୍ତି। କାହାର ଭାଗ୍ୟ କେତେବେଳେ ଏଠି ଉଜ୍ଜ୍ୱଳ ହୋଇଥାଏ ତାହା କହି ହୁଏ ନାହିଁ। ଆପଣଙ୍କର ନିଶ୍ଚିତ ମନେ ଥିବ ଜଣେ ବାଦାମ ବିକାଳି ‘କଚ୍ଚା ବାଦାମ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିଲେ। ଏହି ଗୀତ ଲୋକଙ୍କର ଏତେ ପ୍ରିୟ ହୋଇଯାଇଥିଲା ଯେ, ସମସ୍ତେ ଏହି ଗୀତରେ ନାଚିଥିଲେ। ତାଙ୍କର ଫ୍ୟାନ୍ ଫଲୋଅର୍ସ ବି ବଢ଼ିଯାଇଥିଲେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ସ୍ନାକ୍ସ ବିକାଳି ଭାଇରାଲ ହେଉଛନ୍ତି। ଏହି ସ୍ନାକ୍ସକୁ ସେ ଭିନ୍ନ ଉପାୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
#भोपाली नमकीन वाला… #भोपाल में टैलेंट की कमी नहीं… आप ही देखिये किस गज़ब अंदाज से जनाब नमकीन बेच रहें हैं..👍#Bhopal pic.twitter.com/ONEiMgko60
— manishbpl (@manishbpl1) September 2, 2022
ଦୁନିଆରେ ପ୍ରତିଭାର ଅଭାବ ନାହିଁ। କାର୍ଯ୍ୟ ଯାହା ବି ହେଉ, ମଣିଷମାନେ ନିଜ ପ୍ରତିଭା ସହିତ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରନ୍ତି। ଏପରି ସ୍ନାକ୍ସ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଶୈଳୀ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି। ଗୀତ ଗାଇ ସେ ଯେଉଁଭଳି ଭାବରେ ଲୋକଙ୍କୁ ଡାକନ୍ତି। ଏହି ପଦ୍ଧତି ଭିନ୍ନ ଏବଂ ଅନନ୍ୟ।
ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟରରେ ବସି କିଛି ଅଜବ ଗୀତ ଗାଉଛନ୍ତି। ତାଙ୍କ ହାତରେ ସ୍ନାକ୍ସ ପ୍ୟାକେଟରେ ପରିପୂର୍ଣ୍ଣ ଏକ ବଡ଼ ବ୍ୟାଗ ରହିଛି। ଭିଡିଓରେ ଦେଖିବେ ସେ କିପରି ଏକ ଅସାଧାରଣ ଗୀତ ଗାଇ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ପ୍ରଥମେ ସେ କ’ଣ ଗାଉଛନ୍ତି ତାହା ବୁଝି ହେଉନାହିଁ। ମାତ୍ର ଭଲଭାବେ ଶୁଣିବା ପରେ ଆପଣ ଜାଣିବେ ଯେ ସେ ୩୦ ଟଙ୍କା ମୂଲ୍ୟର ସ୍ନାକ୍ସକୁ ଏହି ଉପାୟରେ ପ୍ରୋତ୍ସାହିତ କରୁଛନ୍ତି। ଭିଡିଓଟି ଭୋପାଳର ବୋଲି କୁହାଯାଉଛି।
ଏହି ମଜାଦାର ଭିଡିଓ @ manishbpl1’ ନାମକ ଏକ ଟୁଇଟର ପେଜ୍ରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ‘ଭୋପାଳୀ ନମ୍କିନ୍ ଓ୍ବାଲା … ଭୋପାଳରେ ପ୍ରତିଭାର କୌଣସି ଅଭାବ ନାହିଁ। ଏହି ଭିଡିଓକୁ ୩ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ସ୍ନାକ୍ସ ବିକାଳିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।