ଅଚ୍ୟୁତାନନ୍ଦଙ୍କ ପୀଠରେ ସ୍ନାନପୂର୍ଣ୍ଣିମା

ନିଶ୍ଚିନ୍ତକୋଇଲି,୨୨।୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାଇ ଶନିବାର ପ୍ରଭାତରୁ ମହାପ୍ରଭୁ ଗୋପୀନାଥ ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା।

ପରେ ଅବକାଶ ନୀତି ଓ ଆଳତି ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ମାନସିକ କରିଥିଲେ। ଏପରିକି ଶ୍ରଦ୍ଧାଳୁ ଯୋଡି ନଢ଼ିଆ ଭୋଗ ଲାଗି କରାଇ ଥିଲେ। ରାଜ୍ୟର ବିଭିନ କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଉପସ୍ଥିତ ରହିଛନ୍ତି। ଶାନ୍ତି ଶୃଙ୍ଖଲାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରିକି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି କାଯ୍ୟକ୍ରମକୁ ପରିଚାଳିତ କରୁଛନ୍ତି। ସନ୍ଧ୍ୟାରେ ଚିତ୍ରୋତ୍ପଳା ନଦୀପଠାରେ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଳି ତହସିଲଦାର ଅନିତା ନାୟକ ସୂଚନା ଦେଇଛନ୍ତି।