ଛେରାପହଁରା କଲେ ଗଜପତି

ପୁରୀ ଅଫିସ,୧୪ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ। ସ୍ନାନନୀତି ସମାପନ ପରେ ଛେରାପହଁରା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗଜପତି ଦିବ୍ୟସିଂ ଦେବ ଛେରାପହଁରା କରିଥିଲେ।

ନୀତିକାନ୍ତି ନିର୍ଘଣ୍ଟ ଅନୁଯାୟୀ ଛେରାପହଁରା ପରେ ଶ୍ରୀଜୀଉଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ ସାହାଣ ମେଳା ଦର୍ଶନ। ଭକ୍ତମାନେ ବ୍ୟାରିକେଡରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ କରିପାରିବେ। ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି।

Share