Categories: ଖେଳ

୧୬୪ କେଜି ଭାର ଉଠାଇଲେ ସ୍ନେହା

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ତାସକେଣ୍ଟରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆଉ ଜଣେ ଓଡ଼ିଆ ଯୁବତୀ ସ୍ନେହା ସୋରେନ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୫୫ କେଜି ବିଭାଗରେ ଭାଗ ନେଇଥିବା ୨୦ ବର୍ଷୀୟା ସ୍ନେହା ସ୍ନାଚ୍‌ରେ ୭୧ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୯୩ କେଜି ଏହିପରି ମୋଟ ୧୬୪ କେଜି ଭାର ଉଠାଇ ଗ୍ରୁପ୍‌ ‘ବି’ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନାଚ୍‌ରେ ସ୍ନେହା ପ୍ରଥମ ଉଦ୍ୟମରେ ୬୮ ଓ ଦ୍ୱିତୀୟ ଉଦ୍ୟମରେ ୭୧ କେଜି ଉଠାଇଥିବାବେଳେ ଅନ୍ତିମ ଉଦ୍ୟମରେ ୭୩ କେଜିରେ ବିଫଳ ହୋଇଥିଲେ। ସେହିପରି କ୍ଲିନ୍‌ ଆଣ୍ଡ ଜର୍କରେ ସେ ପ୍ରଥମ ଉଦ୍ୟମରେ ୯୩ କେଜି ଉଠାଇଥିଲେ ହେଁ ପରବର୍ତ୍ତୀ ୨ ଉଦ୍ୟମରେ ଯଥାକ୍ରମେ ୯୮ ଓ ୧୦୦ କେଜି ଭାର ଉଠାଇବାରେ ସଫଳ ହୋଇ ନ ଥିଲେ। ଗ୍ରୁପ୍‌ ‘ଏ’ ପ୍ରତିଯୋଗୀଙ୍କ ପ୍ରଦର୍ଶନ ପରେ ସ୍ନେହାଙ୍କ ଫାଇନାଲ ଷ୍ଟାଣ୍ଡିଂ ସ୍ପଷ୍ଟ ହେବ।

Share