Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ‘ସ୍ନେହ ସୃଜନ’

ଭୁବନେଶ୍ୱର,୨୩।୬: ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ୩ଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ‘ସ୍ନେହ ସୃଜନ’ ବାଲେଶ୍ୱର ଜିଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପରିଚାଳିତ ହୋଇଯାଇଛି। ବିଶେଷକରି ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରିକାଳୀନ ଉଦ୍ଧାର ଆଦି ସହିତ ରେଳ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ରୀଛାତ୍ର ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା। ଉକ୍ତ ଘଟଣା ସମ୍ପର୍କରେ ଅବଗତ ଥିବା ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠାପ୍ରକାଶ କରିଥିଲେ। ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବାଲେଶ୍ୱର ଜିଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ଏକ ୩ ଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ରୀଛାତ୍ର, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା।

Share