ସ୍ନେହାଙ୍ଗୀନି ଛୁରିଆ ବିଜେଡି ମହିଳା ସଭାନେତ୍ରୀ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)- ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଗୁରୁବାର ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସ୍ନେହାଙ୍ଗୀନି ୨ଥର ବିଧାୟକ ହୋଇଥିବା ବେଳେ ଥରେ ମନ୍ତ୍ରୀ ହୋଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛି।

Share