ପୁରୁଣା ଭୁବନେଶ୍ୱର,୬ା୧୧(ଡି.ଏନ୍.ଏ.): ଆଗ୍ରାରେ ଅନୁଷ୍ଠିତ ହୋଇଥିବା ମଲିକା-ଇ-ତାଜ୍ ସିଜନ-୨ ମଡେଲିଂରେ ପ୍ରଥମ ରନର୍ସ ଅପ ଭାବେ ୧୪ବର୍ଷୀୟା ଓଡ଼ିଆ ଝିଅ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସ୍ନେହାଶ୍ରୀ ସାହୁ କୃତିତ୍ୱ ଅର୍ଜନ କରିଛନ୍ତି। ଗତ ୧ତାରିଖରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍ କଳାକାର ପାରୁଲ ଚୌହାନ ସ୍ନେହାଶ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜସ୍ଥାନ, କାନପୁର, ଆଗ୍ରା, ମହାରାଷ୍ଟ୍ର, ଓଡ଼ିଶାରୁ ୫୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସୂଚନାଥାଉ କି, ଚଳିତବର୍ଷ ସ୍ନେହାଶ୍ରୀ ମାଲେସିଆରେ ଅନୁଷ୍ଠିତ ମିସ୍ ଲିଟିଲ କୁଇନ ଅଫ୍ ଦି ର଼୍ୟାମ୍ପ ଇଣ୍ଟରନ୍ୟାଶନାଲ ଗ୍ଲୋବାଲ ଓ୍ବିନର, ଗ୍ଲୋବାଲ ଆଇକନ ଏବଂ ବେଷ୍ଟ ଇଣ୍ଟରନ୍ୟାଶନାଲ କଷ୍ଟ୍ୟୁମ ଲିଟିଲ କୁଇନ୍ ଅଫ୍ ଦି ର଼୍ୟାମ୍ପ ଇଣ୍ଟରନ୍ୟାଶନାଲ-୨୦୨୦ର ବିଜେତା ହୋଇଥିଲେ।