ଭିଡ଼ରେ କରୋନା ରୋଗୀଙ୍କୁ ଚିହ୍ନଟ କରିବ ସ୍ନିପର ଡଗ୍‌ !

ଦୁବଇ,୯।୭: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। କାରଣ ଏହି ରୋଗର ସଠିକ୍‌ ଚିକିତ୍ସା ନ ଥିବାରୁ ଏବେ ଏହାକୁ ମହାମାରୀ ବୋଲି କୁହାଯାଉଛି। ବଡ କଥା ହେଲା କରୋନାର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥିବା ବେଳେ ଏହାକୁ ଏତେ ସହଜରେ ଚିହ୍ନଟ କରାଯାଇ ପାରୁନାହିଁ। ଆଉ ଏହି ସମୟ ମଧ୍ୟରେ ଏହା ବହୁ ଲୋକଙ୍କୁ ସଂକ୍ରମିତ କରୁଛି। ତେଣୁ ଦିନକୁ ଦିନ ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୟୁଏଇରେ ଏବେ ଭିଡ ସ୍ଥାନରେ କରୋନା ରୋଗୀଙ୍କୁ ଚିହ୍ନଟ କରିବାକୁ ସ୍ନିପର ଡଗ୍‌ର ସାହାଯ୍ୟ ନିଆଯିବ ବୋଲି ସରକାର ଚିନ୍ତା କରିଛନ୍ତି। ୟୁନାଇଟେଡ ଅରବ ଏମିରେଟ୍ସର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କେ ୯ ପୋଲିସ କୁକୁର ଉପରେ ପରୀକ୍ଷଣ ସମ୍ପୂର୍ଣ୍ଣ କରିଥିବା ସୂଚନା ଦେଇଛି। ଏବେ ଏହି କୁକୁରକୁ କୋଭିଡ-୧୯ ସଂକ୍ରମଣ ରାକିବାକୁ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଆଘ୍ରାଣ ଦ୍ୱାରା କୁକୁର ଭିଡ ଭିତରେ କୋଭିଡ- ୧୯ ରୋଗୀଙ୍କୁ ଚିହ୍ନଟ କରିବ।

Share