କୁକୁର ସୁଙ୍ଘିଲେ ଜାଣିପାରୁଛି କିଏ କରୋନା ପଜିଟିଭ

ୱାଶିଂଟନ,୧୩ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । କରୋନା ଟେଷ୍ଟ କରିବାକୁ ହେଲେ ବି ଏବେ ପର୍ଯ୍ୟନ୍ତ କେତେକ ଦେଶରେ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଆମେରିକାର ତାଲିମପ୍ରାପ୍ତ କୁକୁର ସୁଙ୍ଘିବା ପରେ କହି ଦେଉଛି କିଏ କରୋନା ପଜିଟିଭ ବୋଲି । ଈଶ୍ୱର କୁକୁରକୁ ଏକ ଅଦ୍ଭୁତ ଘ୍ରାଣ ଶକ୍ତି ଦେଇଛନ୍ତି । ଯାହା ଫଲରେ ସେ ବିପଦ ସମୟରେ ମଣିଷକୁ ବି ବଞ୍ଚାଇ ଦେଉଛି । ହେଲେ ଏବେ ଆମେରିକାରେ ଏମିତି କୁକୁର ଦେଖାଯାଉଛନ୍ତି ଯେଉଁମାନେ ସୁଙ୍ଘିବା ପରେ କହିଦେଉଛନ୍ତି କେଉଁ ବ୍ୟକ୍ତି କରୋନାରେ ପୀଡ଼ିତ । ପୂର୍ବରୁ କୁକୁରମାନେ ବୋମା, ସନ୍ଦିଗ୍ଧ ବସ୍ତୁ ଓ ବ୍ୟକ୍ତି, ପାହାଡ଼ ଉପରେ ବରଫରେ ଚାପି ହୋଇଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଥଲେ । ହେଲେ ଏବେ ଆମେରିକାରେ ବିଶେଷ ଭାବେ ତାଲିମ ପାଇଥିବା କୁକୁରମାନେ କରୋନା ପଜିଟିଭ ଲୋକଙ୍କୁ ଚିହ୍ନଟ କରି ନେଉଛନ୍ତି ।

Share