Categories: ଜାତୀୟ

ଶାହଙ୍କ ଲାଗି ମୁତୟନ ହେଲେ ସ୍ନାଇପର, ଡ୍ରୋନ୍‌, ଶାର୍ପଶୁଟର

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଶନିବାରଠାରୁ ୩ ଦିନିଆ ଗସ୍ତ ଜମ୍ମୁ-କଶ୍ମୀର ଗସ୍ତ କରିବେ। ୩୭୦ ଧାରା ଉଚ୍ଛେଦ ପରେ ଶାହ ପ୍ରଥମ ଥର ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବାକୁ ଯାଉଛନ୍ତି। ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉ ଥିବାରୁ ଗୁପକାର ରୋଡ୍‌ସ୍ଥିତ ରାଜଭବନର ୨୦ କିମି ପରିଧିକୁ ସୁରକ୍ଷା ମଧ୍ୟରେ ରଖାଯିବ। ଏଥିଲାଗି ବିଭିନ୍ନ ସ୍ଥାନରେ ଶାର୍ପଶୁଟର, ସ୍ନାଇପର, ଡ୍ରୋନ୍‌ ମୁତୟନ କରାଯାଇଛି।

କେନ୍ଦ୍ର ଶାସିତ ଅଞ୍ଚଳରେ ପାକିସ୍ତାନ ସମର୍ଥତ୍ତ ଆତଙ୍କବାଦୀ ଗୋଷ୍ଠି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାୟତଃ ଲଗୁ ସମ୍ପ୍ରଦାୟର। କେବଳ ଚଳିତ ମାସରେ ପ୍ରବାସୀ ଶ୍ରମିକଙ୍କ ସମେତ ୧୧ ଜଣ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଅନୁଯାୟୀ, ଅମିତ ଶାହ ଗସ୍ତର ପ୍ରଥମ ଦିନରେ ଶ୍ରୀନଗରରୁ ଶାରଜା ସିଧାସଳଖ ବିମାନ ସେବାର ଉଦ୍‌ଘାଟନ କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସରେ ଘୋଷଣା କରାଯାଇଥିଲା।

Share