ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳ ୮ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରୀରେ ପହଞ୍ଚିଛି । ସୋମବାର ତାପମାତ୍ରା ୪ ଡିଗ୍ରୀ ରହିଥିଲା। ଦିନକୁ ଦିନ ପାରଦ ତଳକୁ ଖସୁଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି।

ଶୀତ ସହ କୋହଲା ପବନ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡ଼ିଛନ୍ତି। ଅନ୍ୟପକ୍ଷେ ଦ୍ୱିତୀୟ ଦିନରେ କାର୍‌, ଚାଳ ଛପର, ଆଜିବେଷ୍ଟସ ଓ ଖୋଲାସ୍ଥାନରେ ତୁଷାରର ଧଳା ଆସ୍ତରଣ ଦେଖିବାକୁ ମିଳିଛି। ବ୍ଲକର ସିମନବାଡ଼ି ସମେତ ଦାରିଙ୍ଗବାଡ଼ି, କିରିକୁଟି, ବାଡାବାଙ୍ଗା, ପର୍ତ୍ତମାହା, ଗ୍ରୀନବାଡ଼ି,ସିଆଙ୍ଗବାଲି, ଭ୍ରମରବାଡ଼ି, ଦାସିଂବାଡ଼ି ଆଦି ପଞ୍ଚାୟତ ଅଞ୍ଚଳରେ ତୁଷାରପାତ ହୋଇଛି। ଅସହ୍ୟ ଶୀତ ଯୋଗୁ ଶ୍ରମିକମାନେ ନିଜ କାମଧନ୍ଦା ପାଇଁ ବାହାରକୁ ବାହାରିବା କଷ୍ଟକର ହେଉଛି। ଗରିବ ଶ୍ରେଣୀର ପରିବାର ନିଆଁ ଜାଳି ଚାରିପାଖେ ବସି ରହୁଥିବା ଦେଖାଯାଉଛି।

Share