ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ ଜୁନ୍‌ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସିଆରା ନେଭାଡାର ବ୍ୟାପକ ଅଞ୍ଚଳରେ ବରଫ ଆଚ୍ଛାଦିତ ହୋଇରହିଛି।

ଏକ ରିପୋର୍ଟ ଅନୁଯାୟୀ, ୨୦୨୨ର ଆକଳନ ତୁଳନାରେ ଚଳିତ ବର୍ଷ କାଲିଫର୍ନିଆର ପାର୍ବତ୍ୟରେ ବରଫ ଗ୍ରୀଷ୍ମ ପ୍ରବାହରେ ଅଧିକ ସମୟ ଧରି ରହିଛି।

ରିପୋର୍ଟରେ ଦର୍ଶାଯାଇଛି, ଜୁଲାଇ ୨୧ରେ, ଉଭୟ ଦକ୍ଷିଣ ଏବଂ କେନ୍ଦ୍ରୀୟ ସିଆରା ଅଞ୍ଚଳରେ ତୁଷାରପାତ ସେହି ତାରିଖ ପାଇଁ ହାରାହାରି ୧୦୦୦% ରହିଛି। ତୁଷାର ଆଚ୍ଛାଦନ ସମ୍ଭବତଃ ଅସ୍ବାଭାବିକ ଶୀତ ଏବଂ ତାପମାତ୍ରା ଯାହା ବସନ୍ତରେ କମ୍‌ ରହିଥିଲା। ଯଦି ଏହି ସମୟରେ ବରଫ ତରଳିବ ତେବେ ପଥଚାରୀମାନେ ଅସୁବିଧାରେ ପଡ଼ିବେ। ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି।

Share