ସ୍ନୋ ପାଉଡର

ପିଲାଦିନରୁ ସ୍ନୋ ପାଉଡର ବିଷୟରେ ସମସ୍ତେ ଶୁଣିଥାନ୍ତି। ଭାରତ କେବଳ ନୁହେଁ, ସମଗ୍ର ବିଶ୍ୱର ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ, ବିଶେଷକରି ମହିଳାମାନଙ୍କ ପାଇଁ, ବିଭିନ୍ନ ପ୍ରକାର କ୍ରିମ୍‌,ସ୍ନୋ, ପାଉଡର, ଅତର, ଲିପ୍‌ଷ୍ଟିକ, ନେଲ୍‌ପଲିସ ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ ମାତ୍ରାରେ ବ୍ୟବହୃତ ହୋଇଆସୁଛି। ସେହିସବୁ ଉତ୍ପାଦ ସହ ଏବେ ବୟସ ଲୁଚାଇବା ପାଇଁ ଆହୁରି ଅନେକ କସ୍‌ମେଟିକ(ପ୍ରସାଧନ ସାମଗ୍ରୀ) ଏବଂ ଔଷଧ ପ୍ରତ୍ୟେକ ଦିନ ଉଦ୍ଭାବନ ହେଉଛି। ଯୌବନ ଫେରାଇ ଆଣିବା ପାଇଁ ବ୍ୟକ୍ତିବିଶେଷମାନେ ଅନେକ ମିଲିଅନ ଡଲାର ଖର୍ଚ୍ଚ କରିବାକୁ ପଛାଉନାହାନ୍ତି। ତେବେ ଏହି ସୌନ୍ଦର୍ଯ୍ୟ ରକ୍ଷାକାରୀ ଶିଳ୍ପ ପଛରେ ଅନେକ ଅସୁନ୍ଦର ଏବଂ ବିକଟାଳ କାହାଣୀ ଲୁଚି ରହିଛି।
ମଣିଷର ପ୍ରସାଧନ ସାମଗ୍ରୀ ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ପ୍ରସାଧନ ଶିଳ୍ପ ନୂଆ ଉପତ୍ାଦ ଭେଟି ଦେଉଛି। ଏଗୁଡ଼ିକ ମଧ୍ୟରେ ଏବେ ଆମେରିକାର ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କେମିକାଲ କକ୍‌ଟେଲ ସ୍ବତନ୍ତ୍ର ଓ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଏହା ମଣିଷକୁ ଆଉ ବୁଢ଼ା ଅବସ୍ଥାରେ ପହଞ୍ଚିିବାକୁ ଦେବ ନାହିଁ। ୫ରୁ ୭ଟି କେମିକାଲ ମିଶ୍ରଣରେ ପ୍ରସ୍ତୁତ ଉକ୍ତ କକ୍‌ଟେଲ ମଣିଷକୁ ପୁନର୍ବାର ଯୁବାବସ୍ଥାକୁ ନେଇଆସିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। କକ୍‌ଟେଲ୍‌ର ପରୀକ୍ଷଣ ମୂଷା ଓ ମାଙ୍କଡ଼ ଶରୀରରେ ସଫଳ ହୋଇଥିବା ସ୍ପଷ୍ଟ କରାଯାଇଛି ଏବଂ ଏ ସମ୍ପର୍କିତ ରିପୋର୍ଟ ମେଡିକାଲ ଜର୍ନାଲ ଏଜିଂରେ ପ୍ରକାଶ ପାଇଛି। ବୈଜ୍ଞାନିକ ଡେଭିଡ୍‌ ସିନ୍‌କ୍ଲେର ଉକ୍ତ ଗବେଷଣାମତ୍କ ତଥ୍ୟ ଟୁଇଟରରେ ଶେୟାର କରିବା ପରେ ଏହା ଉପରେ ଅନେକ ସକାରାମତ୍କ ମତ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି। କହିବାକୁ ଗଲେ ଏବକାର ୫୦୦ ବିଲିଅନ ଡଲାରରୁ ଅଧିକ ପ୍ରସାଧନ ଶିଳ୍ପର ଇତିହାସକୁ ଦେଖିଲେ ବୈଜ୍ଞାନିକଙ୍କ ଯୁକ୍ତି ପରିପ୍ରେକ୍ଷୀରେ ମଣିଷ ଖୁସି ହୋଇପାରେ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁସବୁ ପ୍ରସାଧନ ବିକାଶ କରାଯାଇଛି ତା’ମଧ୍ୟରୁ ଅନେକ ପଛରେ ଏକ ନକାରାମତ୍କ ଦିଗ ଲୁଚି ରହିଥିବା ପ୍ରାୟତଃ ଅନେକଙ୍କୁ ଜଣାନାହିଁ। ପ୍ରସାଧନ ଶିଳ୍ପ ସହ ପ୍ରାଣୀ ସମ୍ପୃକ୍ତି ଓ କ୍ଷତି ପରିମାଣ ଅତ୍ୟଧିକ। କୌଣସି ନୂତନ କେମିକାଲଯୁକ୍ତ ପ୍ରସାଧନ ବିକାଶ ପରେ ତାହାକୁ ପ୍ରାଣୀ ମୁଖ୍ୟତଃ ମୂଷା, କୁକୁର, ବିଲେଇ, ମାଙ୍କଡ଼, ଠେକୁଆ, ମାଛ ଓ ପକ୍ଷୀମାନଙ୍କ ଶରୀରରେ ପରୀକ୍ଷା କରାଯାଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶାରୀରିକ ସ୍ତରରେ ପ୍ରଭାବିତ ହେବା ସହ ଅନେକଙ୍କର ମୃତ୍ୟୁ ହୋଇଥାଏ। ଆନିମଲ ଟେଷ୍ଟିଂ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ପାଖାପାଖି ୮୮% ଟପ୍‌ ବିୟୁୁଟି ବ୍ରାଣ୍ଡ୍‌ ପ୍ରାଣୀମାନଙ୍କ ଉପରେ ନୂତନ ଉପତ୍ାଦର ପରୀକ୍ଷଣ ସକାଶେ ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଉକ୍ତ ପରୀକ୍ଷଣରେ ବହୁ ପ୍ରାଣୀ ଭୀଷଣ ପ୍ରଭାବିତ ହେଉଛନ୍ତିି। ପେଟାର ଏକ ଆକଳନ ମୁତାବକ ଏଥିରେ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ପ୍ରାଣୀ ପ୍ରଭାବିତ ହୁଅନ୍ତି କିମ୍ବା ମୃତ୍ୟୁମୁଖରେ ପଡ଼ନ୍ତି।
ପ୍ରସାଧନ ଶିଳ୍ପ ବିକାଶରେ ଆମେରିକା ଆଗରେ ଥିବାବେଳେ ତା’ ପଛକୁ ଅଛନ୍ତି ଚାଇନା ଏବଂ ଜାପାନ । ଏହାର ମୋଟ୍‌ ବଜାରର ପାଖାପାଖି ୪୫% ଏମାନଙ୍କ ହାତରେ ଅଛି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରତିକୂଳ ପରିବେଶ ଓ ବନାଗ୍ନିରେ ବହୁ ପ୍ରାଣୀ ବିଲୁପ୍ତହେବାକୁ ବସିଥିବାବେଳେ ପ୍ରସାଧନ ଶିଳ୍ପର ଚଡ଼କ ପ୍ରାଣୀ ବିନାଶର ପଥକୁ ଆହୁରି ଉନ୍ମୁକ୍ତ କରିଚାଲିିଛି। ତେବେ ଏହି ଶିଳ୍ପର କ୍ଷତିକାରକ ପ୍ରଭାବ ଏତିକିରେ ଅଟକି ନାହିଁ । ଏଥିରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟ ପରିବେଶଗତ ସମସ୍ୟାର କାରଣ ପାଲଟିଛି। ବାୟୁ, ଜଳ ପ୍ରଦୂଷଣରେ ଏହାର ଭୂମିକା ରହୁଥିବାବେଳେ ଶସ୍ୟ ଉପତ୍ାଦ ହ୍ରାସ ଓ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି। ପ୍ରତିବର୍ଷ ପ୍ରସାଧନ ଶିଳ୍ପର ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ବଢ଼ିବାରେ ଲାଗିଛି ଓ ୨୦୫୦ ସୁଦ୍ଧା ଏହାର ପରିମାଣ ବାର୍ଷିକ ୧୨,୦୦୦ ମେଟ୍ରିନ ଟନ୍‌ରେ ପହଞ୍ଚିବ ବୋଲି ବୈଜ୍ଞାନକମାନଙ୍କ ମତ। ଜୀବନଶୈଳୀରେ ପ୍ରସାଧନ ସାମଗ୍ରୀର ଚାହିଦାକୁ ଲକ୍ଷ୍ୟକରି ପ୍ରସାଧନ ଶିଳ୍ପ ଏକ ବିକଶିତ ସ୍ତରରେ ପହଞ୍ଚିଲାଣି। ଏ କ୍ଷେତ୍ରରେ ପ୍ରାଣୀ ଶରୀରରେ ପରୀକ୍ଷଣ କିମ୍ବା ପ୍ଲାଷ୍ଟିକ ପ୍ୟାକେଜିଂ ପଦ୍ଧତିରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ନଚେତ୍‌ ପ୍ରାଣୀ ଓ ପରିବେଶକୁ ଅଣଦେଖା କରି ଧାଉଁଥିବା ସୌନ୍ଦର୍ଯ୍ୟ ପାଗଳ ମଣିଷ ପୃଥିବୀର ଅଶେଷ କ୍ଷତି ଘଟାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri