Categories: ଜାତୀୟ

୩୪ ବର୍ଷ ପରେ ତୁଷାରପାତ

ଇଟାନଗର,୬।୨: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟରେ ଥିବା ଦରିଆ ହିଲରେ ରବିବାର ସକାଳେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୩୪ ବର୍ଷ ପରେ ତୁଷାରପାତ ହୋଇଛି। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲାର ରୂପା ସହରରେ ମଧ୍ୟ ଦୁଇ ଦଶନ୍ଧି ପରେ ତୁଷାରପାତ ହୋଇଛି। ସୀମାନ୍ତ ରାଜ୍ୟର ଅନେକ ଉଚ୍ଚତା ବିଶିଷ୍ଟ ଅଞ୍ଚଳ ଯେପରିକି ତୱାଙ୍ଗ (୧୦,୨୦୦ ଫୁଟ), ବୋମଡିଲା (୭,୯୨୩ ଫୁଟ), ମେଚୁଖା (୬,୨୦୦ ଫୁଟ), ଜିରୋ (୫,୫୫୩୮ ଫୁଟ)ରେ ଶନିବାର ତୁଷାରପାତ ହୋଇଥିଲା।
ତୱାଙ୍ଗ ଏବଂ ବୋମଡିଲା ପରି ଉଚ୍ଚ ଉଚ୍ଚତା ଅଞ୍ଚଳରେ ପ୍ରତିବର୍ଷ ତୁଷାରପାତ ହୁଏ, କିନ୍ତୁ ଦରିଆ ହିଲରେ ୩୪ ବର୍ଷ ପରେ ତୁଷାରପାତ ହୋଇଛି। ୧୯୮୮ରେ ଏଠାରେ ଶେଷ ତୁଷାରପାତ ହୋଇଥିଲା।

Share